କାଟକ ମଙ୍ଗଳା କ୍ଲବ ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କାକଟ ମଙ୍ଗଳା କ୍ଲବ ୮୧ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ପୌରସଭ୍ୟ ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବର ସାମାଜିକ କାର୍ଯ୍ୟ, ଏହାର ଅତୀତ ଓ ଭବିଷ୍ୟତ ଉପରେ ବକ୍ତବ୍ୟ ରଖିଥିଲେ । ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ଡଃ ଦେବେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା ଆମେରିକାସ୍ଥିତ କ୍ଲବର କାର୍ଯ୍ୟଧାରା ଉପରେ ଆଲୋକପାତ କରିବା ସହିତ କାକଟ ମଙ୍ଗଳା କ୍ଲବର କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡା ନଗରପାଳ ସରିତା ସାହୁ ଯୋଗଦେଇ କ୍ଲବର ବିକାଶ ପାଇଁ ଯଥାସାଧ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରତିଶୃତି ଦେଇଥିଲେ । ସମ୍ପାଦକ ଆଇନଜୀବୀ ହାଡିବନ୍ଧୁ ସିଂ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଉପ ସଭାପତି ରାଜୀବ ପାଢୀ, ଉପଦେଷ୍ଟା ପ୍ରଫୁଲ୍ଲ ସାହୁ, ଗଣେଶ ସାହୁ, ଅକ୍ଷୟ ସେନାପତି ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରତିବର୍ଷପରି ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବାହ୍ନରେ କ୍ଲବ ପରିସରରେ ସଭାପତିଙ୍କ ସଭାପତିତ୍ୱରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଟ ନେତ୍ରୀ ଗିତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ଲବର ଉନ୍ନତି କାମନା କରିବା ସହିତ ସମସ୍ତ ପ୍ରକାରର ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କ୍ଲବର ବହୁ ବରିଷ୍ଟ ସଦସ୍ୟ ଓ କ୍ଲବର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading