କେନ୍ଦ୍ରାପଡା ମହାବିଦ୍ୟାଳୟ ମୁଖ୍ୟ ଅଟ୍ଟାଳିକା କାନ୍ଥ ଭୁଷୁଡି ପଡିବା ଆଶଙ୍କା



କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବଦ୍ୟାଳୟର କନଫରେନ୍ସ ହଲ ସମ୍ମୁଖ ବାରଣ୍ଡାର କାନ୍ଥ ଭୁଷୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। କେଉଁ ମୁହୂର୍ତରେ ଏହି କାନ୍ଥ ଓ ତାଜା ଯେ ଖସିନପଡିବ ତାହା କହିହେବ ନାହିଁ। ସଂପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ଏହି କାନ୍ଥ ଓ ତାଜା ରହିଥିଲା ବେଳେ ଏହି ପଥ ଦେଇ ଉପରମହଲା, ପାଠାଗାର, ତଳମହଲାରେ ଥିବା ଶ୍ରେଣୀ କକ୍ଷ ଓ ବାଣିଜ୍ୟ ବିଭାଗର ବ୍ଲକକୁ ଦୈନିକ ଯାତାୟତ କରୁଥିବା ହଜାର ହଜାର ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।ପ୍ରକାଶ ଯେ ୫୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ପୁରୁଣା କୋଠାଟିର କେତେକ ଅଂଶ ଧିରେ ଧିରେ ଦୁର୍ବଳ ହୋଇ ପଡୁଥିବା ଦେଖାଯାଇଛି। ଆବଶ୍ୟକ ରକ୍ଷଣାବେକ୍ଷଣା ଅଭାବରୁ ଏହି ପୁରୁଣା କୋଠାର ବିଭିନ୍ନ ଅଂଶ କ୍ରମେ କ୍ରମେ ନଷ୍ଟ ହେବାରେ ଲାଗିଛି। ୭ହଜାର ୫ଶହରୁ ଅଧିକ ଛାତ୍ରୀଛାତ୍ର ପାଠପଢୁଛନ୍ତି । ବିପଦପୂର୍ଣ୍ଣ ଅଟ୍ଟାଳିକା ଶିକ୍ଷାନୁଷ୍ଠାନ ପରିସରରେ ରହିବା ଦ୍ୱାରା ଅନେକ ସ୍ଥାନରେ କାନ୍ଥ ଭୁଷୁଡିବା ଭଳି ଘଟଣା ଘଟିଛି । ତେଣୁ ସେଭଳି ଘଟଣା କେନ୍ଦ୍ରାପଡା ମହାବିଦ୍ୟାଳୟରେ ଘଟିବା ପୂର୍ବରୁ ଅଟ୍ଟାଳିକାର ମରାମତି କରାଯିବା ଉଚିତ ବୋଲି ଜଣେ ଅଧ୍ୟାପକ କହିଛନ୍ତି। ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଏହି କାନ୍ଥ ଓ ତାଜା ପ୍ରତି କର୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ ବିପଦରେ ପଡିଲେ କିଏ ଦାୟୀ ରହିବ ତାହା କର୍ତୃପକ୍ଷ ଜାଣିବା ଉଚିତ। ତୁରନ୍ତ ଏହି କାନ୍ଥ ଓ ତାଜା ମରାମତି କରାଯିବାକୁ ଛାତ୍ରୀ ଛାତ୍ର ମାନେ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଏସମ୍ପର୍କରେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଜିତ ବୋଷଙ୍କୁ ପଚାରିବାରେ ସେ କୁହନ୍ତି ଯେ ୫-ଟି ଯୋଜନାରେ ଆସିଥିବା ଅନୁଦାନରେ ଖୁବଶୀଘ୍ର ଏହି କାନ୍ଥ ଓ ତାଜାର ମରାମତି କାର୍ଯ୍ୟ ହେବ।


Next Post

କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ

Wed Dec 18 , 2024
କେନ୍ଦ୍ରାପଡା,୧୮ା୧୨:ଜାତୀୟ ପେନସନ୍ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା କୋଷାଗାର ଅଧିକାରୀ ଓ ତାଙ୍କର ସହକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପେନ୍‌ସନ୍‌ଧାରୀଙ୍କଠାରୁ ଶୃଙ୍ଖଳିତ ଭାବରେ ବାର୍ଷିକ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ଉତ୍ତମ ସେବା ପ୍ରଦାନ ଓ ବ୍ୟବହାର ପ୍ରଦର୍ଶନ କରିବା ସହ ଜନୈକା ଶଯ୍ୟାଶାୟିନୀ ବୃଦ୍ଧାଙ୍କୁ ତାଙ୍କ ବାସଭବନରେ ସହକର୍ମୀଙ୍କ ସହ ପହଞ୍ôଚ ପରିବାର ପେନସନ୍ ପ୍ରଦାନ କରିଥିବାରୁ ଜିଲ୍ଲା କୋଷାଗାର […]

KANIKA