
କେନ୍ଦ୍ରାପଡ଼ା,୧୮ା୧୨:କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ଏକାଦଶ ମ୍ୟାଚ୍ରେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ବିଜୟୀ ହୋଇଛି। ବୁଧବାର ଦିନ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ଏବଂ ଗୋପବନ୍ଧୁ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି ୩୮.୩ ଓଭରରେ ୧୦ ୱିକେଟ୍ ବିନିମୟରେ ୨୧୧ ରନ୍ କରିଥିଲା । ଜବାବରେ ଟାଇଗର୍ସ କ୍ରିକେଟ କ୍ଲବ ୩୫.୨ ଓଭରରେ ୫ ୱିକେଟ୍ ୨୧୫ ରନ୍ କରିଥିଲା। ଫଳରେ ଟାଇଗର୍ସ କ୍ରିକେଟ କ୍ଲବ ୫ ୱିକେଟ୍ରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଟାଇଗର୍ସ କ୍ରିକେଟ କ୍ଲବର ଅମିତ୍ କୁମାର ସାହୁ ୭ଟି ଚୌକା ଓ ୪ଟି ଛକା ମାରି ୪୧ ବଲ୍ରେ ୭୦ରନ୍ କରି ମ୍ୟାନ ଅଫ ମ୍ୟାଚ୍ ହୋଇଥିଲେ । ଏହି ଅବସରରେ ସେକ୍ ସଫାତୁଲ୍ଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ସାହୁଙ୍କୁ ମ୍ୟାନ ଅଫ ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ । ଚିରଞ୍ଜୀବୀ ବଳ ଓ ଏସକେ ମିନାଜୁଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । ବରଦା କାନ୍ତ ବରାଳ ଏହି ଖେଳର ବିବରଣୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ତ୍ୱାବଧାନରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା।











