
ପଟ୍ଟାମୁଣ୍ଡାଇ ୧୮/୧୨ -ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ଚିକିତ୍ସକ ସମାଜସେବୀ ଶତ୍ରୁଘ୍ନ ନାଥଶର୍ମାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜସେବୀ ଭରତ ଚନ୍ଦ୍ର ନାଥଶର୍ମାଙ୍କ ପୌରହିତ୍ୟରେ ତରଡ଼ିପାଳ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ରବି ରଞ୍ଜନ ଶର୍ମା, ଧୋୟାଂଚଳ ବିକାଶ ପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳ ବିଚିତ୍ରାନନ୍ଦ ସାମଲ,ସୁରେଶ ଶର୍ମା, କୃପାସିନ୍ଧୁ ନାଥ ଶର୍ମା,ବିନୋଦ ଶର୍ମା, ଶରତ ଶର୍ମା,ବିକାଶ ମଂଚ କୋଷାଧକ୍ଷ ପ୍ରେମାନନ୍ଦ ସୂତାର, ପତିତପାବନ ଶର୍ମା, କାଦମ୍ବିନୀ ଶର୍ମା, ସମାଜସେବୀ ଜାନକୀ ବିଶ୍ୱାଳ,ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ନାଥ ଶର୍ମା, ସ୍ମୃତି ରଞ୍ଜନ ଶର୍ମା, ତୃପ୍ତି ରଞ୍ଜନ ଶର୍ମା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ, ଶିକ୍ଷାବିତ ଯୋଗ ଦେଇ ଦିବଂଗତ ଶର୍ମା ଜଣେ ଉତମ ଚିକିତ୍ସକ ଭାବେ ସମଗ୍ର ଧୋୟାଂଚଳର ସେବା ଯୋଗାଇବା ସହିତ କଳାକାର ଭାବେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ ଜଣେ ମିଷ୍ଠଭାଷୀ ପରୋପକାରୀ ବ୍ୟକ୍ତି ଭାବେ ବେଶ ଲୋକପ୍ରିୟ ଥିଲେ ଓ ତାଙ୍କ ଦିଗଦର୍ଶନରେ ପତ୍ନୀ ସୁଶୀଳା ନାଥ ଶର୍ମା ତରଡ଼ିପାଳ ପଂଚାୟତର ସରପଂଚ ଭାବେ ବହୁ ବିକାଶମୂଳକ କାର୍ଯ୍ୟ କରିଥିଲେ ବୋଲି ପ୍ରକାଶ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଅଧ୍ୟାପକ ରବି ରଞ୍ଜନ ଶର୍ମା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ମୃତି ରଞ୍ଜନ ଶର୍ମା ଓ ତୃପ୍ତି ରଞ୍ଜନ ଶର୍ମା ପରିଚାଳନା କରିଥିଲେ ।

