ପଟ୍ଟାମୁଣ୍ଡାଇ ପୌର ପରିଷଦ ବିଜେଡି ଡିଜିଟାଲ ସଭ୍ୟ ତାଲିମ



ପଟ୍ଟାମୁଣ୍ଡାଇ ୧୯/୧୨ -ବିଜୁଜନତା ଦଳର ସୁପ୍ରିମ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ତତ୍ୱାବଧାନରେ ଏବଂ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ଉପସ୍ଥିତିରେ ପୌରାଂଚଳର ଆଗଧାଡିର ନେତୃତ ସମେତ ଯୁବବନ୍ଧୁ ମାନଙ୍କୁ ନେଇ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଡିଜିଟାଲ ପ୍ଲାଟଫର୍ମରେ ବିଜେଡି ସଭ୍ୟ ସଂଗ୍ରହ ପାଇଁ ବିଜେଡି କାର୍ଯାଳୟ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସ, ଡିଜିଟାଲ ସଂଯୋଜକ ଜ୍ୟୋସ୍ନା ପରିଡା, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ଅମୁଲ୍ୟ ପ୍ରଧାନ ପ୍ରମୁଖ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ, ଓ ଆଭିମୁଖ୍ୟକୁ ସର୍ବାଗ୍ରେ ରଖି ସମଗ୍ର ନିର୍ବାଚନ ମଣ୍ଡଳୀରୁ କିପରି ଅଧିକ ମାତ୍ରାରେ ସଭ୍ୟ ସଂଗ୍ରହ କରିହେବ ଏ ସମ୍ପର୍କରେ ସମସ୍ତ ନେତ୍ରୁବୃନ୍ଦ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ନଗର ବିଜେଡି ପକ୍ଷରୁ ବହୁ ବିଜେଡି ନେତା କାଉନସିଲର ଓ କର୍ମୀ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading