ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ



କେନ୍ଦ୍ରାପଡ଼ା,୨୦ା୧୨ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ୍ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ପଞ୍ଚାୟତରାଜ ଓ ପାନୀୟଜଳ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମଙ୍ଗଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ସମବାୟ, ସାମାଜିକ ସୁରକ୍ଷା, ଶକ୍ତି, ଶିଳ୍ପ, ଆଦି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ପାୱାର ପଏଣ୍ଟ ମାଧ୍ୟମରେ ନିଜନିଜ ବିଭାଗର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଅବାସ ଯୋଜନା (ଗ୍ରାମୀଣ), ଜାତୀୟ ଖାଦ୍ୟ ମିଶନ, ଅନ୍ତୋଦୟ ଗୃହ ଯୋଜନା ଓ ପରିମଳ ବ୍ୟବସ୍ଥା, ସ୍ୱଚ୍ଛ ଭାରତ ମିଶନ, ହର ଘର ଜଳ, ବସୁଧା, ଜଳ ଜୀବନ ମିଶନ, ସେତୁ ବନ୍ଧନ ଯୋଜନା, ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ପିଏମଶ୍ରୀ ଯୋଜନା, ନିପୂଣ ଓଡ଼ିଶା, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ମଧୁବାବୁ ପେନସନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ତଥ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ପିପିଟି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ୧୪୨୩ ଗ୍ରାମ ମଧ୍ୟରୁ ବ୍ଲକୱାରି ୧୧୪୬ ଗୋଟ ଓଡିଏଫ ପ୍ଲସ୍ ମଡେଲ ଗ୍ରାମ ସ୍ତିରିକୃତ ହୋଇଅଛି। ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାରେ ଥିବା ଜଳକ୍ଳିଷ୍ଟ ଗ୍ରାମଗୁଡିକୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା ଯେ ଏପ୍ରିଲ ଠାରୁ ନଭେମ୍ବର ମାସ ମଧ୍ୟରେ ୯୩୪ ଜଣ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବାହାର ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି। ସେତୁବନ୍ଧ ଯୋଜନାରେ ମଞ୍ଜୁର ହୋଇଥିବା ୪୬ ଗୋଟି ପ୍ରକଳ୍ପ ମଧ୍ୟରୁ ୨୮ ଟି ସମାପ୍ତ ହୋଇଥିବା ବେଳେ ଅନ୍ୟଗୁଡିକର କାର୍ଯ୍ୟ ଚାଲୁ ରହିଛି। ଅଙ୍ଗନୱାଡି କେନ୍ଦ୍ରର କୋଠା ନିର୍ମାଣ, ଶୌଚଳୟ, ବିଦୁତ ସଂଯୋଗ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠାପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ରାପଡ଼ା ଗସ୍ତର ୨ୟ ଦିନରେ ଛତା ପଲିଟେକ୍ନିକ କଲେଜ, ବାଲିଆସ୍ଥିତ ଅମ୍ରିତ ସରୋବର, ଗୋଲରହାଟସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପ୍ରଡ୍ୟୁସାର ଗ୍ରୁପ, ମ୍ୟାଙ୍ଗୋ ପ୍ଲାଣ୍ଟେସନ, ପ୍ୟାକ୍ସ, ଏସ୍ ଡବ୍ଲୁପିସି ପ୍ରମୁଖ ସ୍ଥାନକୁ ଯାଇ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପିପିଟି ଗୁଡିକ ସମ୍ପର୍କରେ ସେ ମତ ପୋଷଣ କରିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ସଫଳ ରୂପାୟନ ନିମନ୍ତେ ନିଆଯାଇଥିବା ପଦକ୍ଷପଗୁଡିକ ସନ୍ତୋଷଜନକ ଅଛି। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଇଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ସହ ଏହାର ଉପକାରିତା ଲୋକାଭିମୁଖୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ ପଦୀପ କୁମାର ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶନୀ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଡେପୁଟି କଲେକ୍ଟର, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧ୍ୟକ୍ଷଣ ଓ ନିର୍ବାହୀ ଯନ୍ତ୍ରୀ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରପରିଷଦର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading