
ପଟ୍ଟାମୁଣ୍ଡାଇ ତା ୨୦/୧୨- ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ପାଇଁ ଦିବସଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସି ଡି ପି ଓ ଲଷ୍ମୀମଣି ସିଂଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଡି ସି ପି ଓ ବିଜୟ କେତନ ସାହୁ, ବ୍ଲକ ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ,ପଟ୍ଟାମୁଣ୍ଡାଇ ହସ୍ପିଟାଲ ବି ପି ଏମ ପ୍ରଶାନ୍ତ ଜେନା, ଅଙ୍ଗନବାଡି ସୁପରଭାଇଜର ଖୁଲଣା ସୁନ୍ଦରୀ ଜେନା ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ମୌଳିକ ଅଧିକାର,ବାଲ୍ୟ ବିବାହମୁକ୍ତ ପଂଚାୟତ ଗଠନ କରିବା ସମ୍ପର୍କରେ ଆଲୋଚନା କରିବା ସହିତ ବାଲ୍ୟ ବିବାହ ଓ ସ୍କୁଲ ଛାଡି ଥିବା ପିଲାଙ୍କ ସମ୍ପର୍କରେ ସୂଚନା ମିଳିଲେ ସ୍ଥାନୀୟ ଗ୍ରାମ କମିଟିକୁ ସୂଚନା ଦେବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ପୋଷ୍ୟ ସନ୍ତାନ ଗ୍ରହଣ ଓ ଧନ୍ଦାମୂଳକ ତାଲିମ ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ସି ଡି ପି ଓ ଲଷ୍ମୀମଣି ସିଂ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଶା ଅଙ୍ଗନବାଡି କର୍ମୀ,କିଶୋରୀ ବାଳିକା ଓ ଅଭିଭାବକମାନେ ଯୋଗ ଦେଇଥିଲେ ।











