ହରିହରାନନ୍ଦ ବାଳାଶ୍ରମର ୨୦ତମ ବାର୍ଷିକ ଉତ୍ସବ


ପଟ୍ଟାମୁଣ୍ଡାଇ ୨୨/୧୨ -ପଟ୍ଟାମୁଣ୍ଡାଇ ହରିହରାନନ୍ଦ ବାଳାଶ୍ରମର ୨୦ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତହୋଇଯାଇଛି I ଏହି ବାର୍ଷିକ ଉତ୍ସବକୁ ବାଳାଶ୍ରମ ପ୍ରତିଷ୍ଠାତା ଆନ୍ତର୍ଯ୍ୟାତିକଖ୍ୟାତିସମ୍ପନ୍ନ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ଉଦଘାଟନ କରିଥିଲେ I ବାଳାଶ୍ରମ ଅଧ୍ୟାକ୍ଷ ଡ଼ ମଳୟ କୁମାର ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଶିବାନନ୍ଦ ସେଣ୍ଟି ନାରୀ ବାଳକ ହାଇସ୍କୁଲ ପ୍ରତିଷ୍ଠାତା ସ୍ୱାମୀ ଶିବଚିଦାନନ୍ଦ ସରସ୍ବତୀ ମୁଖ୍ୟଅତିଥି,ସ୍ୱାମୀ ଜୀବମୁକ୍ତାନନ୍ଦ ମହାରାଜ,ପ୍ରଭୁ ଜଗନ୍ନାଥ ଭକ୍ତ ଡ଼ ସେକ ମକବୁଲ ଇସଲାମ, ପ୍ରଜ୍ଞାନ ମିଶନ ସମ୍ପାଦକ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ଗିରି, ସ୍ୱାମୀ ସମର୍ପଣାନନ୍ଦ ଗିରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଳାଶ୍ରମ ପ୍ରତିଷ୍ଠା ଲକ୍ଷ୍ୟ ଉଦେଶ୍ୟ ଓ ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଅବହେଳିତ ଶିଶୁମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ସେମାନଙ୍କ ସ୍ବପ୍ନ ପୂରଣ କରିବାରେ ସହାୟକ ହୋଇପାରିଛି ବୋଲି ମତପ୍ରକାଶ କରିଥିଲେ । ଏଇ ଅବସରରେ ବାଳାଶ୍ରମର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁରେଶ କୁମାର ନାୟକ ଓ ବିଶିଷ୍ଟ ଶିକ୍ଷାବିତ ପୁଣ୍ୟଶ୍ଳୋକ ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାମୀ ସୁଗିତାନନ୍ଦ ଗିରି ବାଳାଶ୍ରମର ୨୦ବର୍ଷର ଯାତ୍ରାକୁ ଗୌରବ ଓ ସଫଳତାର ସହ ପ୍ରଦର୍ଶିତ କରିଥିଲେ । ଉତ୍ସବ ଶେଷରେ ବାଳା ଶ୍ରମ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୟ କୁମାର ସାହୁ ମଳୟ ବୁଦ୍ଧିଆ, ପର୍ଶୁରାମ ଦାସ ଅମ୍ବିକା ଲେଙ୍କା, ପ୍ରଶାନ୍ତ କୁମାର ଦାଶ ଓ କୀର୍ତ୍ତି ରଞ୍ଜନ ଦ୍ବିବେଦୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ଉତ୍ସବରେ ଓଡିଶା ତଥା ଓଡିଶା ବାହାରୁ ବହୁ ସାଧୁ ସନ୍ଥ, ଶିକ୍ଷାବିତ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading