କେନ୍ଦ୍ରାପଡ଼ା ଜିଲ୍ଲା ପରିକ୍ରମା କରିବ ପାଣି ପଞ୍ଚାୟତ ସଚେତନତା ରଥ



କେନ୍ଦ୍ରାପଡ଼ା, ୨୨ା ୧୨: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ୨୨ତାରିଖ ଠାରୁ ଜାନୁଆରୀମାସ ୫ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ରବିବାର ପୂର୍ବାହ୍ନରେ ପାଣି ପଞ୍ଚାୟତ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁଭ ଉଦଘାଟନ କରିଛନ୍ତି। ଏହି ରଥଟି ଆଜିଠାରୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଓ ସେଚ ଅଞ୍ଚଳରେ ଥିବା ମୁଖ୍ୟ ମାର୍ଗ ଦେଇ ପାଣି ପଞ୍ଚାୟତ ଓ ଜଳସେଚନ ସମ୍ବନ୍ଧୀୟ ବାର୍ତ୍ତା ପ୍ରଚାର କରିବ। ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଜଣ୍ଟିଲୋ ଠାରେ ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଉଠା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ, ଡେରାବିଶ, ପଟ୍ଟାମୁଣ୍ଡାଇ ଓ ପାଟକୁରା ଜଳସେଚନ ଉପଖଣ୍ଡର ସହକାରୀ ନିବଞ୍ଚଳର ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଜଳସେଚନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ। ବିଭାଜନ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading