କୁନ୍ତଳା କୁମାରୀ ଆର୍ଟ ଓ କ୍ରାଫ୍ଟ ସ୍କୁଲର ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା, ୨୨ା୧୨: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମହିପାଳ ସ୍ଥିତ କୁନ୍ତଳା କୁମାରୀ ଆର୍ଟ ଓ କ୍ରାଫ୍ଟ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମାଳତୀଲତା ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବକୁ ୨୦ନମ୍ବର ୱାର୍ଡ କାଉନସିଲର ଅସୀମା ନାୟକ ଉଦ୍‌ଘାଟନ କରି କୁନି କୁନି ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଅତ୍ୟନ୍ତ ମନଲୋଭା ହୋଇଥିବା ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ନେଚର୍ସ କବର ବରଜା ପ୍ରସାଦ ପତି, ଆଇନଜୀବୀ ନେହେରୁ କୁମାର ସାହୁ, ସମାଜସେବୀ ପ୍ରଦିପ କୁମାର ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରଧାନ ଗୁରୁଜୀ ଅଶୋକ କୁମାର ନାୟକ ଅତିଥି ପରିଚୟ ପ୍ରଦାନ ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ କଟକରୁ ଆସିଥିବା ପିଡିଲାଇଟ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷକ ଚିତଶିଳ୍ପୀ ପ୍ରମିତା ମଙ୍ଗରାଜ ଓ ତାଙ୍କ ସହକାରୀ ଗୃହିଣୀ ଓ ଚିତ୍ରକଳା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପି.ଡି.ଲାଇଟ କମ୍ପାନୀ ପକ୍ଷରୁ ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ ବିଭିନ୍ନ ଘରସଜ୍ଜା ଓ ଘରକରଣା ସାମଗ୍ରୀ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ। ଅପରାହ୍ନରେ ପ୍ରଧାନ ଗୁରୁଜୀ ଅଶୋକ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ୬ନମ୍ବର ୱାର୍ଡ କାଉନସିଲର ପ୍ରଦୀପ୍ତ କୁମାର ଜେନା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଉପିନ କୁମାର ରାଉତ, ବିଜେପି ଜିଲ୍ଲା ମିଡିଆ ସେଲ ସଭାପତି ନେହେରୁ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚିତ୍ରକଳା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସାଧିତ ହେବ ବୋଲି କହିଥିଲେ। ଏଥିସହିତ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଏହି ବିଦ୍ୟାଳୟର ଏକ ଶାଖା ନସଡିପୁର ଠାରେ ଚାଲୁଅଛି। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଟ୍ରଷ୍ଟର ଟ୍ରଷ୍ଟି ବରିଷ୍ଠ ଆଇନଜୀବୀ ସୁଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବକୁ ଗୁରୁମା ଶୁଭଲକ୍ଷ୍ମୀ ପତ୍ରୀ ଓ ଅନିତା ନାୟକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିତୀସ୍ନିଗ୍ଧା ଦାସ, ତପସ୍ୱିନୀ ଲେଙ୍କା, ଜ୍ୟୋସ୍ôନାମୟୀ ଦାସ, ସରୋଜ ମହାରଣା, ମୃତ୍ୟୁଞ୍ଜୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading