ଗରାପୁର ଶିରିଡି ସାଇ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ପାଳନ



କେନ୍ଦ୍ରାପଡା,୨୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସାଇ ବିହାରରେ ଶ୍ରୀ ଶିରିଡି ସାଇ ଜନକଲ୍ୟାଣୀ ଟ୍ରଷ୍ଟ ପକ୍ଷରୁ ଶିରିଡି ସାଇ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି । ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ତତ୍ତ୍ୱାବଧାନରେ ସୋମବାର ପ୍ରାତଃ ୭ଟାରେ ଜଳାଧିବାସ, ୮ଟା ସମୟରେ ଶାନ୍ତିହୋମ, ୧୦ଟା ସମୟରେ ମହାଭିଷେକ କରାଯିବା ପରେ ମଧ୍ୟାହ୍ନରେ ଆରତୀ କରାଯାଇଥିଲା । ଏହି ଅବସରରେ ପ୍ରଜ୍ଞାନ ମିଶନର ପରମହଂସ ପ୍ରଜ୍ଞାନାନନ୍ଦଜୀ ଯୋଗଦେବା ସହିତ ସହରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଭାବଗ୍ରାହୀ କଳା ନିକେତନ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଭଜନ ସମାରୋହରେ ବିଶିଷ୍ଟ ଭଜନ ଗାୟକ ରବିନ୍ଦ୍ର କୁମାର ମିଶ୍ର, ବିଶିଷ୍ଟ ଆନ୍ତର୍ଜାତୀୟ ଗଜଲ ଗାୟକ ବୈଷ୍ଣବ କୈଳାସ, ବିମଳ ପ୍ରସାଦ ପରିଡା ଓ ସାଥିମାନେ ଭଜନ ପରିବେଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀ ସାଇଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶିରିଡି ସାଇ ଜନକଲ୍ୟାଣ ଟ୍ରଷ୍ଟର ସଦସ୍ୟମାନେ ସଫଳତାର ସହ ପରିଚାଳନ କରିଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଯାପିତ

Tue Dec 24 , 2024
କେନ୍ଦ୍ରାପଡା,୨୩ା୧୨: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଖୁଆ ଓଢଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ୨୮ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ମୁଖ୍ୟବକ୍ତା ଭାବେ ଓଷ୍ଟା ରାଜ୍ୟ ସମ୍ପାଦକ […]

KANIKA