ପ୍ରକାଶ ପାଇଲା ବିଜ୍ଞପ୍ତି : ଆସନ୍ତା ୨୮ରେ ବଡପଡା ସରପଂଚ ପଦ ଉପନିର୍ବାଚନ



ପଟ୍ଟାମୁଣ୍ଡାଇ ୨୪/୧୨ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚ ପଦ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବଡପଡା ପଂଚାୟତ ସରପଂଚ ଆସନ ପାଇଁ ଆସନ୍ତା ଜାନୁଆରୀ ୨୮ ତାରିଖ ଉପନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ କମିଶନର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ ଚାଲିଛି । ବିଜ୍ଞପ୍ତି ଅନୁଯାୟୀ ନିର୍ବାଚନ ଅଧିକାରୀ ମାନେ ଚଳିତମାସ ୨୬ରେ ନୋଟିସ ଜାରି କରିବେ । ମନୋନୟନ ପତ୍ର ଗୁଡ଼ିକ ୩୦ ଓ ୩୧ ଡିସେମ୍ବର ୨୦୨୪ ଠାରୁ ୧.୧.୨୦୨୫ ମଧ୍ୟରେ ଗ୍ରହଣ କରାଯିବ । ଜାନୁଆରୀ ୨ରେ ଯାଂଚ କରାଯାଇ ବିଧିବଧ ମନୋନୀତ ପ୍ରାର୍ଥଙ୍କର ତାଲିକା ପ୍ରକାଶ କରାଯିବ । ପ୍ରାର୍ଥାମାନେ ଚାହିଁଲେ ସେମାନଙ୍କର ନାମାଙ୍କନ ୪ ତାରିଖ ଅପରାହ୍ନ ୩ ସୁଦ୍ଧା ପ୍ରତ୍ୟାହାର କରିପାରିବେ । ପ୍ରାର୍ଥର ମାନଙ୍କ ଚୂଡ଼ାନ୍ତ ତାଲିକା ୬ତାରିଖ ୧୧ ଟାରେ ପ୍ରକାଶ କରାଯିବ । ଜାନୁଆରୀ ୨୮ ସକାଳ ୭ ଘଂଟିକା ଠାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ଏବଂ ୨୯ରେ ଭୋଟ ଗଣତି ଓ ୩୦ରେ ଫଳାଫଳ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ପଟ୍ଟାମୁଣ୍ଡାଇ ବଡପଡା ରାଜନୀତିରେ ଉଷ୍ମତା ଦେଖାଯାଇଛି ।
ପ୍ରକାଶ ଯେ, ବଡପଡା ପଂଚାୟତ ସରପଂଚ ସ୍ୱଦାମୀନୀ ସେଠୀଙ୍କ ଗତ ୨୦୨୩ ଅକ୍ଟୋବରରେ ଦେହାନ୍ତ ହୋଇଥିଲା । ମାତ୍ର ଦିର୍ଘଦିନ ବିତିଯାଇଥିଲେ ବି ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବୁଦ୍ଧିଜିବୀ ପାରେଶ୍ୱର ସେଠୀ ପଂଚାୟତବାସୀ ଦସ୍ତଖତ ସହିତ ଏକ ଚିଠି ଲେଖି ରାଜ୍ୟ ନିର୍ବାଚନ କମିଶନର ଓ ପଂଚାୟତ ରାଜ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେହିପରି ଦେଉଳୀଗ୍ରାମର ଉତ୍କଳମଣୀ ଯୁବକସଂଘ ସଭାପତି ଗୌତମ ବେହେରା ମଧ୍ୟ ନିର୍ବାଚନ କମିସନଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଦିର୍ଘ ଦିନ ବିତି ଯାଇଥିଲେ ସୁଧା କୌଣସି ପଦେକ୍ଷପ ନିଆ ନଜିବାରୁ କାଠୀଆପଡା ଗ୍ରାମର ଯୁବ ସମାଜିକକର୍ମୀ ଦେବାଶିଷ ଦାଶ ଓଡିଶା ହାଇକୋଟଙ୍କ ଦ୍ୱାରସ୍ତ ହୋଇ ଗତ ନଭେମ୍ବର ୨୫ ରେ ଏକ ଡବ୍ଲୁ ପିସି ନଂ-୨୯୬୭୯ ରେ ଏକ ପିଟିସନ ଦାଖଲ କରିଥିଲେ । ତାହାର ନିେର୍ଦ୍ଧେଶ ୫ ଦିସେମ୍ବରରେ ଅସିବା ପରେ ରାଜୟ ନିର୍ବାଚନ କମିସନର ଏହି ବିଜ୍ଞପ୍ତି ଜାରି କରିଛନ୍ତିା


Discover more from

Subscribe now to keep reading and get access to the full archive.

Continue reading