ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳୀ



କେନ୍ଦ୍ରାପଡ଼ା,୨୫ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ଊତ୍ସବରେ ସଂଗଠନର ବରିଷ୍ଠ ସଦସ୍ୟ ତଥା ପ୍ରତିଷ୍ଠାତା ଉପଦେଷ୍ଠା ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱ କରି କହିଥିଲେ ଯେ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁ ଜଣେ ସୁନାମ ଧନ୍ୟ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଗରଦପୁର ପାଟକୁଳ ଅଞ୍ଚଳର ଜଣେ ଲୋକପ୍ରିୟ ଶିକ୍ଷାବିତ୍ ଓ ସମାଜସେବୀ ଥିଲେ । ତାଙ୍କ ବିୟୋଗରେ ସଂଗଠନ ଜଣେ ଦକ୍ଷ ସଦସ୍ୟଙ୍କୁ ହରାଇଲା । ପ୍ରାରମ୍ଭରେ ସ୍ୱର୍ଗତ ସ୍ୱାଇଁଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂଗଠନର ଜିଲ୍ଲା ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ଶୋକବାର୍ତ୍ତା ପାଠ କରାଯାଇଥିଲା । ସାଧାରଣ ସମ୍ପାଦକ ନରାତ୍ତମ ଜେନା, ବରିଷ୍ଠ ଉପଦେଷ୍ଟା ସଭ୍ୟ ହେମନ୍ତ କୁମାର ଜେନା, ଯୁଗ୍ମ ସମ୍ପାଦକ ଅନାମ ଚରଣ ସାହୁ, ସଂଗଠାନ ସମ୍ପାଦକ ଇଶ୍ୱର ଚନ୍ଦ୍ର ମନ୍ତ୍ରୀ, ଉପ ସଭାପତି ଚୌଧୁରୀ କୌଳାସ ଚନ୍ଦ୍ର ପଟ୍ଟନାୟକ, ଆବାହକ ବଳଭଦ୍ର ପ୍ରସାଦ ନାୟକ,ନରେଦ୍ର କୁମାର ନାୟକ, ଶରତ କୁମାର ମହାନ୍ତି ପ୍ରମୁଖ ସ୍ୱର୍ଗତ ସ୍ୱାଇଁଙ୍କ ଆମାୟକ ସରଳ ଶାନ୍ତଶିଷ୍ଟ ଜୀବନ ପ୍ରଧାନ ଶିକ୍ଷକ ତଥା ପରିଦର୍ଶକ ହିସାବରେ ତାଙ୍କ କାର୍ଯ୍ୟ ଦକ୍ଷତା, ଶୃଙ୍ଖଳିତ ଆଚରଣ, ଉଚ୍ଚାରଣ ଓ କର୍ତ୍ତବ୍ୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ସଭ୍ୟ ଗୋପିନାଥ ଦାସ, ଦାଶରଥି ନାୟକ, ନରହରି ପାତ୍ର, ସୋମନାଥ ପଢିହାରୀ, ନଟବର ଦାଶ, ପ୍ରଫୁଲ୍ଲ କୁମାର ମହାରଣା, କୈଳାସ ଚନ୍ଦ୍ର ସ୍ୱାଇଁ, ନିରଞ୍ଜନ ନାୟକ, ଭାଗୀରଥି ନନ୍ଦ, ନରୋତ୍ତମ ବେହେରା, ନିରଞ୍ଜନ ସାମଲ, କୁଞ୍ଜ ବିହାରୀ ସାହୁ, ବିଜୟ କୁମାର ରଥ, ଦୋଳଗୋବିନ୍ଦ ସାହୁ, ସର୍ବେଶ୍ୱର ଜେନା, ଅଜୟ କୁମାର ପରିଡା, କୁଳମଣି ପଟ୍ଟନାୟକ, ନିତ୍ୟାନନ୍ଦ ପରିଡା, ମାଗୁଣି ଚରଣ ବିଶ୍ୱାଳ, ବାଉରୀବନ୍ଧୁ ମୁଦୁଲି, ଗୟାଧର ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ, ରତ୍ନାକର ସ୍ୱାଇଁ, କିଶୋର ଚନ୍ଦ୍ର ପ୍ରଧାନ, କ୍ଷିରୋଦ ପ୍ରସାଦ ସାହୁ, ଅଜୟ କୁମାର ବେହେରା ପ୍ରମୁଖ ଯୋଗଦାନ କରି ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମିଡିଆ ସମ୍ପାଦକ କାଶୀନାଥ ରାଉତରାୟ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading