ଅଣୁକବି ବ୍ରହ୍ମାନନ୍ଦ ଦାସ ବ୍ୟକ୍ତି ନୁହଁନ୍ତି ଏକ ବିଚାରଧାରା ,୧୯ତମ ପୁଣ୍ୟ ତିଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ମତପୋଷଣ



କେନ୍ଦ୍ରାପଡ଼ା,୨୬ା୧୨: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୁରୁବାର ଅଣୁ କବି ବ୍ରହ୍ମାନନ୍ଦ ଦାସଙ୍କ ଊନବିଂଶ ପୁଣ୍ୟତିଥି ଉପସଭାପତି ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ତାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅଣୁ କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ଅଣୁ କବି ବ୍ରହ୍ମାନନ୍ଦ ଦାସଙ୍କ ଉପରେ ସ୍ୱରଚିତ ଏକ ଭକ୍ତି ପ୍ରବନ୍ଧ ପାଠ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କଥାକାର ହରେକୃଷ୍ଣ ବରାଳ ଯୋଗଦାନ କରି ଅଣୁ କବି ବ୍ରହ୍ମାନନ୍ଦ ଦାସଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରି କହିଲେ ଅଣୁ କବି ବ୍ରହ୍ମାନନ୍ଦ ଦାସ ଜଣେ ବ୍ୟକ୍ତି ନୁହଁନ୍ତି ଏକ ବିଚାରଧାରା । ବରେଣ୍ୟ ଅତିଥି ଭାବରେ କରିଲୋପାଟଣା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ ସର୍ବେଶ୍ୱର ସେଣ ଯୋଗଦାନ କରି କହିଲେ ସେ କେବଳ ନିଚ୍ଛକ କବି ନଥିଲେ ଶିକ୍ଷା ଓ ଶିକ୍ଷକମାନଙ୍କ ସମସ୍ୟା ଲାଗି ସଂଗ୍ରାମ କରି ସାତଦିନ କାରାବରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବଗାଳ୍ପିକ ଅବନ୍ତୀ ବେହେରା, ସାହିତ୍ୟ ସଂସଦର ଉପସଭାପତି ପାର୍ବତୀ ନାୟକ ଓ ରାମକୃଷ୍ଣ ଦାଶ, ଡଃ ନାରାୟଣ ପ୍ରସାଦ ଜେନା, ଅଲେଖ ଚନ୍ଦ୍ର ଦାଶ, ବାସନ୍ତୀ ଦାସ, ନୃସିଂହ ଚରଣ ତ୍ରିପାଠୀ, ଚିତ୍ତରଞ୍ଜନ କବି, ଶ୍ରୀଧର କୁମାର ଭୋଳ, ରଞ୍ଜନ କୁମାର ବାଇ, ଅଜୟ କୁମାର ପାତ୍ର, ଦିବାକର ସାହୁ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ଅଶୋକ କୁମାର ସାହୁ, ଅନନ୍ତ ଚରଣ ନାୟକ, ଶରତ କୁମାର ରାଉତ, ମଧୁସୂଦନ ଗେରୁ, ଅପର୍ତ୍ତି ସେଠୀ, ନିହାର ରଞ୍ଜନ ଜେନା, ନିରଞ୍ଜନ ପରିଡା, ଆଇନଜୀବୀ ସଞ୍ଜୟ କୁମାର ଜେନା, ମନୋଜ କୁମାର ଦାସ, ଗୋଲଖ କୁମାର ସେଠୀ, ଧରଣୀଧର ଜେନା, ଆଦିକନ୍ଦ ରାଉଳ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଶିଷ ସେନାପତି ଓ ଶ୍ରୀଧର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶ୍ରୀଧର ଭୋଳ ଧନ୍ୟବାଦ ଜ୍ଞାପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading