ବିଜେପି ମିଛ କହି…’, ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ହାରିବାର କାରଣ ଖୋଲି କହିଲେ ନବୀନ


ବିଜେଡି ପ୍ରତିଷ୍ଠା ଦିବସରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ନବୀନ କହିଛନ୍ତି, ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ନେଇ ବିଜୁ ପ୍ରେମୀମାନେ ବିଜୁ ଜନତା ଦଳ ଗଠନ କରିଥିଲେ। ସେତେବେଳେ ବହୁ ଲୋକ କହିଥିଲେ ଏଥର ବିଜେଡି ଆଗୁ ବଢିପାରିବ ନାହିଁ କି ସଫଳ ହେବ ନାହିଁ। ଆଉ ମୋତେ ମଧ୍ୟ କହିଥିଲେ ମୁଁ ରାଜନୀତି କରିପାରିବି ନାହିଁ ହେଲେ ପରିଶ୍ରମ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜେଡି ୫ ଥର ନିର୍ବାଚନ ଜିତି ଆପଣମାନଙ୍କ ସେବା କରିବାକୁ ସୁଯୋଗ ପାଇଛି।
ବିଜେଡି ହାରିବାର କାରଣ ଖୋଲି କହିଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ବିଜେପି ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଆମର ଭୁଲ ଆମେ ବିଜେପିର ମିଛକୁ କାଉଣ୍ଟର କଲୁନି। ବିଜେପି ମିଛ କହି କ୍ଷମତାକୁ ଆସିଛି, ଲୋକ ଜାଣିସାରିଲେଣି। ଆମେ ହାରିନୁ କି ଲୋକଙ୍କ ବିଶ୍ୱାସ ହରାଇ ନାହୁଁ।
ଅନ୍ୟପଟେ, ଭାରତ ରତ୍ନ ଉପରେ ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି, କାହିଁକି ଗିରିରାଜ ଏମିତି କହିଲେ ଜାଣିନାହିଁ। ବୁଧବାର କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଥିଲେ।


Next Post

ପଟ୍ଟାମୁଣ୍ଡାଇ କଲେଜରେ ସଂସ୍କୃତିକ ପ୍ରତିଯୋଗିତା

Thu Dec 26 , 2024
ପଟ୍ଟାମୁଣ୍ଡାଇ ତା ୨୬/୧୨- ପଟ୍ଟାମୁଣ୍ଡାଇ କଲେଜ ସାଂସ୍କୃତିକ ସଂସଦ ପକ୍ଷରୁ ଏକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତାକୁ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜ୍ଞାନ ରଞ୍ଜନ ପରିଡା ଓ ଭାସ୍କର ବେହେରା ବିଚାରକ ଭାବେ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ । ସାଂସ୍କୃତିକ ସଂସଦ […]

KANIKA