ଜିଲା ସ୍ତରିୟ ନବମ ବାର୍ଷିକ ରାଇଜିଂ ସ୍ପିରିଟ୍ ଇଂଟର ସ୍କୁଲ କମ୍ପିଟେସନ



ପଟ୍ଟାମୁଣ୍ଡାଇ ୨୮/୧୨ -ଚଳିତବର୍ଷ ରବିନ୍ଦ୍ର ରାଉତଙ୍କ ମେମୋରିଆଲରେ ନବମ ବାର୍ଷିକ ରାଇଜିଂ ସ୍ପିରିଟ୍ ଇଂଟର ସ୍କୁଲ କମ୍ପିଟେସନ ପଟ୍ଟାମୁଣ୍ଡାଇ କଷଣଅଂଟା ପଂଚାୟତ ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୧୬୨ ସ୍କୁଲର ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେଥି ମଧ୍ୟରୁ ପ୍ରଥମ ୨୦ ଜଣ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଥବା ବେଳେ ପଟ୍ଟାମୁଣ୍ଡାଇ କାଠିଆପଡା ଦକ୍ଷିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ୍ ଜ୍ୟୋତି ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ରାଜକନିକାର ଡାଳିକାଇଁଦା ଉତ୍କଳମଣି ନୋଡାଲ ବିଦ୍ୟାପୀଠର ଛାତ୍ର ରୁଦ୍ରମାଧବ ସତପଥୀ ଦ୍ୱିତୀୟ ସ୍ଥାନ ଏବଂ, ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ଛାତ୍ର ବୈଭବ ବେହୁରା ତୃତୀୟ ସ୍ଥାନ ଅର୍ଜନ କରିଥିଲେ। ଏହି ପ୍ରତିଯୋଗିତାକୁ ଆଇ.ଏ.ପି ଏକାଡେମୀ କେନ୍ଦ୍ରାପଡ଼ାର ମୁଖ୍ୟ ଶ୍ରୀକାନ୍ତ କୁମାର ରାଉତ ପରିଚାଳନା କରିଥିଲେ। ଏହି ପ୍ରତିଯୋଗୀତାରେ କଷଣଅଂଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ସଚିତ୍ର ବେହୁରା, ସୁରେଚନ୍ଦ୍ର ଜେନା, ଶ୍ରୀମନ୍ତ ବେହେରା ଓ ଗାଳ୍ପିକ ପ୍ରଦୀପ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାନ୍ତି, ଶ୍ରୀକାନ୍ତ ପୋଥାଳ, ସଞ୍ଜୟ କୁମାର ସାହୁ, ସରୋଜକାନ୍ତ ମହାରଣା, ଉମାକାନ୍ତ ରାଉତ,ଚିତରଞ୍ଜନ ବିଶ୍ୱାଳ ଏବଂ ଆଇଏପିର ସମସ୍ତ କର୍ମକର୍ତା ଉପସ୍ଥିତ ରହିସହଯୋଗ କରିଥିଲେ।