ବିରୋଧିଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ



ପଟ୍ଟାମୁଣ୍ଡାଇ ୨୯।୧୨ – ଆସନ୍ତା ୩୧ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥବା ଅଂଚଳ ପରିଦର୍ଶନ କରିବେ । ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଦୋଷିଆ ପଂଚାୟତର ଶ୍ୟାମସୁନ୍ଦରଠାରେ ମଙ୍‌ଗଳବାର ଦିନ ୧୧ଟାରେ ପହଁଚି ଅଦିନିଆ ବର୍ଷା ଦ୍ୱାରା ହୋଇଥିବା ଫସଲହାନୀ ଆକଳନ କରିବେ । ବର୍ଷାରେ କ୍ଷତିଗ୍ରସ୍ତ ଚାଷୀକୁଳ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ଗସ୍ତକୁ ସବୁମତେ ସଫଳ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଦଳୀୟ କାର୍ଯ୍ୟାଳୟ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସହୁ,, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌରପରିଷଦ ଅଧକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ନଗର ବିଜେଡି ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଶିକ୍ଷକ ନେତା ପଂଚାନନ ଧଳ, ବରିଷ୍ଠ ନେତା ନିମାଇ କର, ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ ଓ ବରିଷ୍ଠ ନେତା ଅଜାମ୍ବର ପ୍ରଧାନଙ୍କ ସମେତ ବହୁ ନେତା କର୍ମୀ ଯୋଗ ଦେଇ ବୈଠକରେ ନବୀନଙ୍କ ଗସ୍ତକୁ ସାଫଲ୍ୟ କରିବା ପାଇଁ ଆଲୋଚନା କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading