ମୂର୍ଚ୍ଛନା ଓ ଓଡିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ



କେନ୍ଦ୍ରାପଡା ୩/୦୧- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଅନ୍ନପୁର୍ଣ୍ଣା ଥୁଏଟର ପୁରୀଠାରେ ଜାତୀର ସ୍ତରୀୟ ଶ୍ରୀକ୍ଷେତ୍ର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ବସନ୍ତ କୁମାର ଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଶ୍ରୀକ୍ଷେତ୍ରରତ୍ନ ସମ୍ମାନ ଓ ଶଙ୍ଖକ୍ଷେତ୍ର ସମ୍ମାନ ଓଡିଶାରୁ ୨୦୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ରାଷ୍ଟପତି ପୁରସ୍କାର ପ୍ରାପ୍ତ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରୋଗ୍ରାମ ଅଧିକାରୀ ତ୍ରିଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ସାହିତ୍ୟ ସଂଗଠକ, ସମାଜସେବୀ ଓ ଶିକ୍ଷାବିତ୍ ଶଶଧର ପଣ୍ଡା ଯୋଗଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଓଡିଶା ଭାଗବତ ଟୁଙ୍ଗିର ସଭାପତି ନଙ୍ଗୁଳି ବାବା,ବ୍ୟଙ୍ଗକବି ଶ୍ରୀ ସମ୍ପଦ କୁମାର ରଥ,କେଶବଚନ୍ଦ୍ର ରାଉତ,ନିଖିଳେଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଉଦଘାଟନୀ ସଙ୍ଗୀତ ବିଜୟିନୀ ଦାଶ ଓ ସାଥି ଗାନ କରିଥିଲେ । ନବ ବର୍ଷ ଉପଲକ୍ଷେ କବି ମାନଙ୍କ ଦ୍ୱାରା କବିତ ଆବୃତି କରା ଯାଇଥିଲା । ରାଜ୍ୟର ବିଶିଷ୍ଟ କଳାକାର,କବି ଓ ଜ୍ଞାନିବ୍ୟକ୍ତିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ରାପଡାର ଭକ୍ତ ଦାସିଆ ଡ୍ୟାନ୍ସ ଏକାଡେମୀ, ଜଗତସିଂହପୁରର କ୍ରିଷ୍ଣା କଲଚରାଲ୍ ଗ୍ରୁପ, ପୁରୀର ନଟରାଜ ଡ୍ୟାନ୍ସ ଏକାଡେମୀ, ବାଲୁଗାଁର ଆଇକନ୍ ଡ୍ୟାନ୍ସ ଏକାଡେମୀକଳାକାରମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରଦୀପ କୁମାର ବିହାରୀ ଉପସ୍ଥାପନା କରିଥିବା ବେଳେ ମଞ୍ଚ ପରିଚାନା କରିଥିଲେ ଶୁସାନ୍ତ କୁମାର ପରିଡା, ଅନୀଲ କୁମାର ବାରିକ । ଶେଷରେ ମୋନାଲିସା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading