ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ୩/୧-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଏମଏନ ହାଇସ୍କୁଲ ଏନସିସି କ୍ୟାଡ଼େଟଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ନିରାକାର ପରିଡା ଉଦଘାଟନ କରିଥିଲେ । ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଏନସିସି କାଡେଟ୍ସ ମାନଙ୍କ ଦ୍ୱାରା ହସ୍ପିଟାଲ ପରିସର ସଫେଇ ସହିତ ଏକ ପରିବେଶ ସଚେତନତା ଅଭିଯାନ କରାଯାଇଥିଲା । ଏମଏନ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ନିର୍ଦେଶରେ ଏନସିସି ଅଫିସର ସରୋଜ କୁମାର ସ୍ୱାଇଁ, ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ ଓ ହାଇସ୍କୁଲର ସାଂସ୍କୃତିକ ସଂଯୋଜିକା ଅନିତା ଧଳଙ୍କ ନେତୃତ୍ୱରେ ୫୦ ଜଣ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି )କ୍ୟାଡ଼େଟ ଭାଗ ନେଇ ହସ୍ପିଟାଲ ପରିସର ସଫେଇ କରିବା ସହ “ସ୍ୱଚ୍ଛତା ହି ସେବା”, “ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ” ପ୍ରଭୁତି ସ୍ଲୋଗାନ ଦେଇ ଜନସାଧାରଣ ଙ୍କୁ ସଚେତନ କରିଥିଲେ । ଏହି ଉପଲକ୍ଷେ ପରିବେଶ ସ୍ୱଚ୍ଛ ରଖିଲେ ରୋଗ ଦୂର ହୋଇ ଏକ ନିରୋଗ ସୁସ୍ଥ ସମାଜ ଗଠନ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଏନସିସି କାଡେଟ୍ସ , ଶିକ୍ଷକ ଓ ହସ୍ପିଟାଲ କର୍ମଚାରୀମାନେ ପରିବେଶକୁ ସର୍ବଦା ସଫା ରଖିବା ଓ ପ୍ଲାଷ୍ଟିକ, ପଲିଥିନ ବର୍ଜନ କରିବା ପାଇଁ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମକୁ ପି ଏଚ ଓ ନୃସିଂହ ଚରଣ ଦାସ, ବି ପି ଏମ ପ୍ରଶାନ୍ତ କୁମାର ଜେନା ଓ ଚିତ୍ତରଞ୍ଜନ ଚାନ୍ଦ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ଜଳ ପରିଚାଳନା ନିଷ୍କାସନରେ ବାଧା, ଉଜୁଡି ଗଲା ୭ ହଜାର ହେକ୍ଟର ଚାଷ ଜମି , ପୋତି ହୋଇଗଲାଣି ବ୍ରୀଟିସ ଅମଳର ଜଳନିଷ୍କାସନ ପଥ, ନୟନଜୋରି ଜବରଦଖଲ

Fri Jan 3 , 2025
ପଟ୍ଟାମୁଣ୍ଡାଇ ୨/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚାଷୀର ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡି ଦେଇଛି । ବର୍ଷା ଛାଡି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି । ବର୍ଷା ଜଳ ନିଷ୍କାସନ ପଥ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବର ଦଖଲ ହୋଇଥିବାରୁ ଚାଷ ଜମି ଗୁଡ଼ିକରେ ବର୍ଷା ପାଣି ଲହଡ଼ି ମାରୁଛି । ବର୍ଷା ପାଣିରେ ଧାନ ବୁଡିରହିଥିବାରୁ ଗଜା ବାହାରି ଗଲାଣି । ଜଳ ପ୍ରବେଶ […]

KANIKA