ସିପିଆଇର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ



କେନ୍ଦ୍ରାପଡା, ୫ା୧: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ ଗୋପଛକଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁନ୍‌ଗୋ ମୁଖ୍ୟ ଅତିଥି ଓ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ। ଚଳିତ ବର୍ଷ ପାର୍ଟିର ବର୍ଷ ବ୍ୟାପି ଶତବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ପାର୍ଟିର ଗୌରବମୟ ଐତିହ୍ୟ ଓ ଜନଗଣଙ୍କ ସ୍ୱାର୍ଥରେ ଦୀର୍ଘ ସାଲିସ ହୀନ ସଂଗ୍ରାମର ଇତିହାସ ଜନଗଣଙ୍କ ମଧ୍ୟକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହିତ ଆସନ୍ତା ଜାନୁଆରୀ ୨୯ ତାରିଖରେ କ୍ରୁଷକ ମାନଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ସମାବେଶ ସଂଗଠିତ କରିବାକୁ ଘୋଷଣା କରାଯାଇଥିଲା। ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ସହସମ୍ପାଦକ ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ଶ୍ରୀଚରଣ ସାମଲ, ନିରଞ୍ଜନ ଦାସ, ହରେକୃଷ୍ଣ ମାଝୀ, ରମେଶ ଚନ୍ଦ୍ର ନାୟକ, ପ୍ରଦୀପ ବେହେରା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଶେଷରେ ସଂଯୁକ୍ତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ଜିଲ୍ଲା ସାହିତ୍ୟ ପରିଷଦର ସାରସ୍ୱତ ସମାରୋହ , ସାହିତ୍ୟ ନାଗରିକ ସମାଜର ନେତୃତ୍ୱ ନେବା ଆବଶ୍ୟକ

Sun Jan 5 , 2025
କେନ୍ଦ୍ରାପଡ଼ା,୫ା୧: ବ୍ୟକ୍ତିର ସମ୍ପର୍କ ପରିବାରଠୁ ନାଗରିକ ସମାଜ ଯାଏ ପରିବ୍ୟାପ୍ତ ହେବା ଉଚିତ। ମାତ୍ର ସାଂପ୍ରତିକ ସମୟରେ ବ୍ୟକ୍ତି ଓ ସମୂହର ସମ୍ପର୍କ କ୍ରମଶଃ ଛିନ୍ନ ହେବାରେ ଲାଗିଛି। ମଣିଷ ନିଜର ପତିଆରା ବୃଦ୍ଧି ପାଇଁ ଗୁରୁତ୍ୱ ଦେଉଥିବା ବେଳେ ସ୍ୱାର୍ଥ ସାଧନ ପାଇଁ ସମାଜ, ଜନ୍ମମାଟିକୁ ଗୁରତ୍ୱ ଦେବା ବଦଳରେ ନିର୍ଦ୍ଦିଷ୍ଟ ବ୍ୟକ୍ତି,ଦଳ ଉପରେ ଗୁରୁତ୍ୱ ଦେଉଛି। ଏଭଳି ସଂକଟଜନକ ସମୟରେ ସାହିତ୍ୟ କେବଳ ଗଳ୍ପ, ପ୍ରବନ୍ଧ, କବିତାରେ […]

KANIKA