ଗରଦପୁର ବ୍ଲକ ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ, ୨ ଗୁରୁତର ୧୮ ଛାତ୍ରଛାତ୍ରୀ ଆହାତ


କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କାର୍ଯ୍ୟଳୟ ଠାରୁ ୧୦ କିମି ଦୂରରେ କୁଦାନଗରୀ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଥିବା ବ୍ଲକ ଆଦର୍ଶ ବିଦ୍ୟାଳୟ ରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଦୁଇଟି ଶ୍ରେଣୀରେ ୧୮ ଜଣ ଛାତ୍ରଛାତ୍ରୀ ଆହାତ ହୋଇ ପାଟକୁରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତ୍ୱର ହୋଇପଡିବାରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ ଚିକିତ୍ସାପାଇଁ ପଠାଇଦିଆଯାଇଛି

 ଖବରନେବାରୁ ଜଣାଯାଇଛି ଯେ ଆଜି ଶନିବାର ହୋଇଥିଲେ ମଧ୍ୟ ଅନ୍ୟାନ ସ୍କୁଲ ଗୁଡିକ ସକାଳ ୬ଟା ୩୦ ରୁ ଆରମ୍ଭ ହୋଇ ପୁର୍ବହ୍ନ ୧୧ଟା ୩୦ ରେ ଶେଷ ହେଉଥିବା ବେଳେ ଆଦର୍ଶ ବିଦ୍ୟାଳୟର ନିୟମ ଅନୁଯାୟୀ ୧୦ ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢା ହୋଇଥାଏ ଆଜି ଅପରାହ୍ନ ପ୍ରାୟ ୩ ଟା ୪୦ ମିନିଟ ସମୟରେ ହଠାତ ବର୍ଷା ବଜ୍ରପାତ ହେବାରୁ ଷଷ୍ଠ ସପ୍ତମ ଶ୍ରେଣୀ ଗୃହ ରେ ଲାଗିଥିବା ଫ୍ୟାନ ବଲ୍ୱ , କମ୍ପୁଟର ଆଦି ପୋଡିଯାଇ ଢେ ଢା ଶବ୍ଦକରି ଫାଟିଯାଇଥିଲା ଏବଂ ଅଗ୍ନିନିର୍ବାପିତ ହୋଇଥିଲା ସେ ସମୟରେ ଶ୍ରେଣୀ ଗୃହରେ କୈଣସି ଶିକ୍ଷକ / ଶିକ୍ଷୟତ୍ରୀ ଉପସ୍ଥିତ ନଥିଲେ ଯାହାଫଳରେ ଛାତ୍ରଛାତ୍ରୀମାନେ ଭୟଭିତ ହୋଇ ଚିତ୍କାର କରି ବେହସ ହୋଇ ଶ୍ରେଣୀ ଗୃହ ମଧ୍ୟରେ ପଡିଯାଇଥିଲେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତେଷୀ ଦାସୀ ସାମଲ ଅନ୍ୟାନ ଶିକ୍ଷକ ମାନଙ୍କ ସହାୟତାରେ ଆହାତ ଛାତ୍ରଛାତ୍ରୀ ମାନଙ୍କୁ ପାଟକୁରା ଡାକ୍ତରଖାନାକୁ ଚିକିତ୍ସାପାଇଁ ଆଣିଥିଲେ ଡାକ୍ତର ହିମାଶୁଂଭୁଷଣ ଷଢଙ୍ଗୀ ଡାକ୍ତର ପ୍ରଶାନ୍ତ କୁମାର ଜେନାଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ରୁ ଚିକିତ୍ସା କରାଯାଇଥିଲା ଏମାନଙ୍କ ମଧ୍ୟରୁ ଆଦ୍ୟଶ୍ୟା ଲକ୍ଷ୍ମୀ ସାମଲ , ଅମ୍ରିତା ପଣ୍ଡାଙ୍କ ଅବସ୍ଥା ଗୁରୁତ୍ୱରଥିବାରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ପଠାଇଦିଆଯାଇଛି ଅନ୍ୟଆହାତ ଛାତ୍ରଛାତ୍ରୀ ମାନେ ହେଲେ ଷଷ୍ଠ ଶ୍ରେଣୀର ସାଇଶୁଭଙ୍କର ବେହେରା , ପ୍ରିୟାଶୁ ଦାସ , ଲୋପାମୁଦ୍ରା ରାଉତ , ସ୍ୱୟଂଶ୍ରୀ ପାଣି , ଲକ୍ଷ୍ମୀପ୍ରିୟା ନାୟକ , ଜିଜ୍ଞାଶା ମିଶ୍ର , ପ୍ରକୃତି ଦାସ , ରାଜଲକ୍ଷ୍ମୀ ମଲିକ , ମନିଶା ସେଠୀ , ତନଭିତମନ୍ନା ରାଉତ ,କ୍ରିଷ୍ଣା ଦାସ , ଅଶ୍ୱୀନି ନାୟକ , ଶୁଭଶ୍ରୀ ପତି , ସ୍ୱୟଂଶ୍ରୀ ସାହୁ ସପ୍ତମ ଶ୍ରେଣୀର ସ୍ନେହ୍ନା ପ୍ରିୟଦର୍ଶିନୀ , ମୋନାଲି ସେଠୀ ମହାଲକ୍ଷ୍ମୀ ମହାପାତ୍ର ଙ୍କୁ ପ୍ରଥମିକ ଚିକିତ୍ସାପରେ ସ୍ୱସ୍ଥ୍ୟଅବସ୍ଥା ଠିକ ଥିବାରୁ ସେମାନଙ୍କୁ ସେମାନଙ୍କର ପରିବାର ଲୋକ ଘରକୁ ନେଇଯାଇଛନ୍ତି ଏହି ଖବର ତ୍ୱରିତ ବେଗରେ ଚାରିଆଡେ ପ୍ରସାରିତ ହୋଇଯାଇଥିଲା ଆହାତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କ ସମେତ ଶହଶହ ସଂଖ୍ୟାରେ ଲୋକମାନେ ଡାକ୍ତରଖାନାରେ ରୁଣ୍ଡ ହୋଇଯାଇଥିଲେ ଏହି ଖବରପାଇ ରାଜ୍ୟ ବାହାରେ ଥିବା ପାଟକୁରାର ପୁର୍ବତ୍ତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟିକଲ୍ୟାଣ ,ସମବାୟ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁସବ୍ୟସାଚୀ ନାୟକ ଗଭିର ଦୁଖଃ ପ୍ରକାଶ କରିବା ସହିତ ପାଟକୁରା ଡାକ୍ତରଖାନାର ଅଧିକାରୀ ଡାକ୍ତର ହିମାଶୁ ଭୁଷଣ ଷଢଙ୍ଗୀ କେନ୍ଦ୍ରାପଡା ସିଡିଏମଓ ଙ୍କ ସହିତ ଟେଲିଫୋନରେ ଯୋଗାଯୋଗ କରି ଆହାତ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ସ୍ୱସ୍ଥ୍ୟ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ଦୁଖଃଦ ଘଟଣାର ଖବର ପାଇ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ , ସମିତିସଭ୍ୟ ରାକେଶ ମହାପାତ୍ର , ଦିଲିପକୁମାର ପଣ୍ଡା , ଦିଲିପକୁମାର ସାହୁ , ବିଜେଡି ବ୍ଲକ ସଭାପତି ଶଶାଙ୍କ ପରିଡା , ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ ପ୍ରମୁଖ ପାଟକୁରା ଡାକ୍ତରଖାନାରେ ପହଞ୍ଚି ଆହାତ ଛାତ୍ରଛାତ୍ରୀ ମାନଙ୍କ ସ୍ୱସ୍ଥ୍ୟଅବସ୍ଥା ପଚାରିବୁଝିଥିଲେ


Discover more from

Subscribe now to keep reading and get access to the full archive.

Continue reading