କେନ୍ଦ୍ରାପଡା,୬ା୧: କେନ୍ଦ୍ରାପଡା ଜିଲ୍ଲା ଆୟବା ଗ୍ରାମର ସ୍ୱର୍ଗତ ପୁରୁଷୋତ୍ତମ ବରାଳ ଓ ପଦ୍ମାବତୀ ବରାଳଙ୍କ ସୁପୁତ୍ର ତ୍ରିଲୋଚନ ବରାଳଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୩୧ ତାରିଖରେ ପୁରୀ ଟାଉନହଲଠାରେ ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମାଜସେବା କ୍ଷେତ୍ରରେ ତିଲୋଚନ ବରାଳଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଛି । ଡକ୍ଟର ତ୍ରିଲୋଚନ ବରାଳ ନାମରେ ନାମିତ କରାଗଲା । ସେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱରରେ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।