ପଟ୍ଟାମୁଣ୍ଡାଇ ତା ୭/୧-ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ପକ୍ଷରୁ “ପାଇକ ବିଦ୍ରୋହ -ଓଡିଶାରେ ଇଂରେଜ ଶାସନ ବିରୋଧରେ ପ୍ରଥମ ଅସ୍ତ୍ରଭିତ୍ତିକ ଆନ୍ଦୋଳନ”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ବିଭାଗୀୟ ମୁଖ୍ୟ ରଞ୍ଜନ ବେହୁରାଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ ଅଜିତ କୁମାର ସାହୁ ମୁଖ୍ୟଆଲୋଚକ ଭାବେ ଯୋଗ ଦେଇ ପାଇକ ମାନଙ୍କ ସାମାଜିକ ଓ ସାମରିକ ସ୍ଥିତି ସହିତ କେଉଁ ପରିସ୍ଥିତିରେ ଇଂରେଜ ଶାସନ ବିରୋଧରେ ଅସ୍ତ୍ର ଉତ୍ତୋଳନ କରିଥିଲେ ତାହା ବିସ୍ତୃତ ଭାବେ ଆଲୋଚନା କରିବା ସହିତ ବକ୍ସି ଜଗବନ୍ଧୁ ଓ ଜୟରାଜ ଗୁରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅଧକ୍ଷ ପ୍ରଫେସର ଭୂୟାଁ ସ୍ୱାଗତଭାଷଣ ଓ ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ଫକୀର ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ, ଚିନ୍ମୟ ସାମଲ, ରୋହିତ ବଗାର୍ତି, ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ସତ୍ୟପ୍ରିୟ ସାମଲ ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ପିଣ୍ଟୁ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।