ନିଲାମ ହୋଇପାରୁନି ବାଲି ସୈରାତ ଚୋରାରେ ଚାଲିଛି ବାଲି ଉଠାଣ



କେନ୍ଦ୍ରାପଡ଼ା,୮ା୧: କେନ୍ଦ୍ରାପଡା ଜିଲ୍ଲାରେ ୭ଟି ନଦୀ ଓ ୨୭ଟି ଉପନଦୀ ରହିଥିବା ବେଳେ ଏଠାରେ ଥିବା ବାଲି ସୈରାତ ନିଲାମ ହୋଇପାରୁନାହିଁ। ମାତ୍ର ଗୋଟିଏ ବାଲି ସୈରାତକୁ ଛାଡି ଦେଲେ ଅନ୍ୟ ସୈରାତ ଗୁଡିକରୁ ଚୋରାରେ ବାଲି ଉଠାଣ ହେଉଛି। ଏହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି ବୋଲି ମାଟି ବାଲି ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପୋଲିସ, ଖଣି ଅଧିକାରୀ ଓ ଦାନପୁର ସରପଞ୍ଚଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିଲା ଲୁଣା ନଦୀରୁ ବାଲି ଉଠିପାରିବ ନାହିଁ। କାରଣ ଏହି ଅଞ୍ଚଳରେ ନିଷେଧାଦେଶ ବଳବତ୍ତର ରହିଛି। ହେଲେ ବାଲିମାଫିଆମାନେ ଏହି ସ୍ଥାନରୁ ଚୋରାରେ ମେସିନ ଲଗାଇ ବାଲି ଉଠାଣ କରୁଛନ୍ତି। କେବଳ ଲୁଣାନଦୀ ନୁହେଁ କରାଣ୍ଡିଆ, ବ୍ରାହ୍ମଣୀ, ଚିତ୍ରୋତ୍ପଳା, ବିରୂପା ପ୍ରମୁଖ ନଦୀରୁ ୪୦ରୁ ଅଧିକ ମେସିନ ଦ୍ୱାରା ବାଲି ଚୋରା ଚାଲାଣ ହେଉଛି। ଏହାକୁ ରୋକିବାରେ ଖଣି ଅଧିକାରୀ ସମର୍ଥ ହୋଇପାରୁ ନାହାନ୍ତି। ମାଫିଆମାନେ ଏହି ବାଲିକୁ ବିଭିନ୍ନ ଠିକାଦାରଙ୍କୁ ବିକ୍ରୀକରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହାକୁ ତୁରନ୍ତ ରୋକିବା ପାଇଁ ମଞ୍ଚର ଆବାହକ ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading