ପଟ୍ଟାମୁଣ୍ଡାଇ ବ୍ଲକ ପିଇଓ ସଂଘ କର୍ମକର୍ତ୍ତା ନିର୍ବାଚନ



ପଟ୍ଟାମୁଣ୍ଡାଇ ତା ୧୦/୧-ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତରେ କାର୍ଯ୍ୟରତ ପଂଚାୟତ ନିର୍ବାହୀ ଅଧିକାରୀ ( ପି ଇ ଓ )ମାନଙ୍କ ଏକ ବୈଠକ ପ୍ରଭାତ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ହୋଇଯାଇଛି । ଏଥିରେ ମାଧବ ଦଳାଇ, ସୁରଜ କୁମାର ମହାନ୍ତି, ଶଙ୍କର୍ଷଣ ମାଝୀ, ଦୂର୍ଗା ପ୍ରସାଦ ନାୟକ, ବାହାଦୁର ଟୁଡୁ, ଅଲେଖ ପ୍ରଧାନ, ଜ୍ୟୋତିରଞ୍ଜନ ସାମଲ ପ୍ରଦୀପ କୁମାର ଜେନା, ସୁକୁଲ ମାଝୀ, ଶାରଦା ପ୍ରସନ୍ନ ରାଉତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।ଏହି ବୈଠକରେ ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା ସଭାପତି -ଅଶୋକ ଜେନା, ଉପସଭାପତି -ରାଜନନ୍ଦିନୀ ବିଶ୍ୱାଳ,ସମ୍ପାଦକ -ତପନ ପ୍ରଧାନ ସହସମ୍ପାଦକ- ଶୁଭଶ୍ରୀ ନାୟକ ଓ କୋଷାଧକ୍ଷ ଶ୍ରୀଚରଣ ବାରିକ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଶେଷରେ ଶ୍ରୀଚରଣ ବାରିକ ଧନ୍ୟବାଦ ଦେଇଥିଲେ ।


Next Post

ଛୋଟ ପ୍ରୟାସ ଦୁନିଆକୁ ବଦଳାଇ ପାରେ !

Sat Jan 11 , 2025
ଦିବ୍ୟାଙ୍ଗଙ୍କୁ କଳିଙ୍ଗ ନବଦିଗନ୍ତ ସ୍ୱେଛାସେବୀ ସଂଗଠନର ସହାୟତା କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର କିରଣ ସ୍ୱାଇଁ ଜଣେ ଦାଦନ ଶ୍ରମିକ ଭାବେ ସୁଦୁର ବାଙ୍ଗାଲୋରରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି। କାମ କରିବା ସମୟରେ ଅସାବଧାନତା ବଶତଃ ତାଙ୍କର ଡାହାଣ ଗୋଡର କାଣୀ ଆଙ୍ଗୁଠିରେ ଆଘାତ ଲାଗି ଏକ କ୍ଷତ ସୃଷ୍ଟି ହୋଇଥିଲା। ସେହି କ୍ଷତ ଧିରେ ଧିରେ ସଂକ୍ରମିତ ହୋଇ […]

KANIKA