ପାଠକୀୟ ଚାହିଦାରେ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ


କେନ୍ଦ୍ରାପଡ଼ା ୧୧/୧: ଦ୍ୱାବିଶଂତମ ରାଜ୍ୟସ୍ତରୀୟ ପୁସ୍ତକମେଳା ଉଦ୍‌ଘାଟନ ଦିବସରେ ଲୋକାର୍ପିତ ହୋଇଥିବା ଚଳିତବର୍ଷ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ ବିପୁଳ ପାଠକୀୟ ଆଦୃତି ପାଉଥିବାର ଲକ୍ଷ୍ୟ କରାଯାଇଛି । ଏହି ଆକର୍ଷଣୀୟ ପରିପାଟିରେ ପ୍ରକାଶିତ ଏହି ସଂଗ୍ରହ୍ୟ ବିଶେଷାଙ୍କରେ ଭିତରକନିକାର ଜୈବ ବିବିଧତା, ପ୍ରାକୃତିକ ବିଭବ, ହେନ୍ତାଳବଣ, ବିରଳ ପ୍ରଜାତିର ଜୀବଜନ୍ତୁ, ବଗ ଗହଣ, କୁମ୍ଭୀର ପ୍ରଜନନ କେନ୍ଦ୍ର, ଗହୀରମଥା ଅଲିଭ୍ ରିଡ୍‌ଲେ କଇଁଛ ଏବଂ ଭିତରକନିକାର ଇତିହାସ, ଅତୀତ ଓ ବର୍ତ୍ତମାନକୁ ନେଇ ସଚିତ୍ର ତଥ୍ୟ ସମ୍ବଳିତ ଆଲେଖମାନ ବିଭିନ୍ନ ଅଭିଜ୍ଞ ଲେଖକମାନଙ୍କଠାରୁ ସଂଗୃହୀତ କରାଯାଇ ସଙ୍କଳିତ କରାଯାଇଛି । ଏହି ସଦୃଶ୍ୟ ପତ୍ରିକାକୁ ସମ୍ପାଦନ କରିଛନ୍ତି କେମ୍‌ର ମୁଖ୍ୟ ଉପଦେଷ୍ଟା ଡଃ. ବିରଜା ରାଉତରାୟ ଓ ପୁସ୍ତକମେଳାର ଆୟୋଜକ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର (କେମ୍‌) ଏହାକୁ ପ୍ରକାଶ କରିଛନ୍ତି । ଭିତରକନିକାର ବିଭବ ଓ ବୈଶିଷ୍ଟ୍ୟତାକୁ ନେଇ ପ୍ରକାଶିତ ଏହି ଉପାଦେୟ ପତ୍ରିକା କ୍ରୟ କରିବା ନିମନ୍ତେ ସାଧାରଣ ପାଠକମାନଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ ପରିଲକ୍ଷିତ ହେଉଛି । ପ୍ରକାଶକ କେମ୍ ପୁସ୍ତକମେଳା ନିମନ୍ତେ ପାଠକମାନଙ୍କ ପାଇଁ ରିହାତି ମୂଲ୍ୟରେ ବିକ୍ରୟ କରିବାର ବ୍ୟବସ୍ଥା କରିଛନ୍ତି ବୋଲି ମେଡିଆ ସଂଯୋଜକ ଲକ୍ଷ୍ମୀକାନ୍ତ ନାୟକ ପ୍ରକାଶ କରିଛନ୍ତି ।


Next Post

ସୁପର ଲିଗ୍ ମ୍ୟାଚ୍‌ରେ ଇଲେଭେନ୍ ଷ୍ଟାର୍ କ୍ରିକେଟ କ୍ଲବ ବିଜୟୀ

Sat Jan 11 , 2025
ଜିଲ୍ଲାସ୍ତରୀୟ ସିନିୟର୍ ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ କେନ୍ଦ୍ରାପଡ଼ା,୧୧ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୧୯ତମ ମ୍ୟାଚ୍‌ରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶନିବାର ଦିନ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ୍ କ୍ଲବ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟାଇଗର୍ସ […]

KANIKA