ଜିଲ୍ଲାସ୍ତରୀୟ ସିନିୟର୍ ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ ଶେଷ ସୁପର ଲିଗ୍ ମ୍ୟାଚ୍‌ରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍‌ସିଲ୍ ବିଜୟୀ



କେନ୍ଦ୍ରାପଡ଼ା,୧୨ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ଶେଷ ସୁପର ଲିଗ୍ ମ୍ୟାଚ୍‌ରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍‌ସିଲ୍ ବିଜୟୀ ହୋଇଛି। ରବିବାର ଦିନ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ଓ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍‌ସିଲ୍ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କେନ୍ଦ୍ରାପଡା ଟାଇଗର୍ସ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି ୩୪.୫ ଓଭରରେ ୧୦ ୱିକେଟ୍ ବିନିମୟରେ ୧୩୬ ରନ୍ କରିଥିଲା । ଜବାବରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍‌ସିଲ୍ ୧୬.୨ ଓଭରରେ ୩ ୱିକେଟ୍ ବିନିମୟରେ ୧୩୮ ରନ୍ କରିଥିଲା। ଫଳରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍‌ସିଲ୍ ୭ ୱିକେଟ୍‌ରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଆଳି କ୍ରିକେଟ୍ ଏବଂ ଷ୍ପୋର୍ସ କାଉନ୍‌ସିଲ୍‌ର ସାହାଜାଦ୍ ଖାନ୍ ୭ଟି ଚୌକା ଓ ୩ଟି ଛକା ମାରି ୪୪ ବଲ୍‌ରେ ୬୪ ରନ୍ ବ୍ୟାଟିଂ କରି ଥିବା ବେଳେ ୭.୫ ଓଭର ବୋଲିଂ କରି ଗୋଟିଏ ମେଡେନ୍ ନେଇ ୧୩ରନ୍ ଦେଇ ଗୋଟିଏ ୱିକେଟ୍ ନେଇ ମ୍ୟାନ ଅଫ୍ ମ୍ୟାଚ୍ ହୋଇଥିଲେ । ଏହି ଅବସରରେ ଟ୍ରେଜେରର୍ ନୃସିଂହ ଚରଣ ରଥ ଅତିଥି ଭାବେ ଯୋଗ ଦେଇ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ । ଚିରଞ୍ଜୀବୀ ବଳ ଓ ଏସ୍‌କେ ମିନାଜୁଦ୍ଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । ବରଦା କାନ୍ତ ବରାଳ ଏହି ଖେଳର ବିବରଣୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ୱାବଧାନରେ ଆକବର ଅଲ୍ଲୀ ଖାନ, କାର୍ତ୍ତିକ ସାହୁ, ଦିପକ କୁମାର ବାରିକ, ସମିର ମହାପାତ୍ର ଏହି ଖେଳକୁ ପରିଚାଳନା କରିଥିଲେ । ଜିଲ୍ଲାସ୍ତରୀୟ ସିନିୟର୍ ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଶେଷ ସୁପର ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ ମ୍ୟାଚ୍‌ରେ ଓସିଏ ପକ୍ଷରୁ ଜିଲ୍ଲାରୁ ୩୦ଜଣ ଖେଳାଳିଙ୍କୁ ବଛାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ଚୟନ କରାଯାଇ ରାଜ୍ୟସ୍ତରୀୟ ଖେଳରେ ଭାଗ ନେବାକୁ ସୁଯୋଗ ଦିଆଯିବ ବୋଲି ଶୁଭାଶିଷ ସେନାପତି ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading