ଉଦ୍‌ଯାପିତ ହେଲା କେନ୍ଦ୍ରାପଡା ଦ୍ୱାବିଂଶତମ ପୁସ୍ତକ ମେଳା



କେନ୍ଦ୍ରାପଡା,୧୩ା୧: କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଦ୍ୱାରା ଆୟୋଜିତ ୨୨ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କେମ୍‌ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ବିଶିଷ୍ଟ ଗବେଷକ ଓ ଲେଖକ ଅନିଲ କୁମାର ଧୀର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯିଏ ଅନ୍ୟର ଯନ୍ତ୍ରଣାକୁ ନିଜର ଯନ୍ତ୍ରଣା ବୋଲି ଭାବିନିଏ ସିଏ ପ୍ରକୃତ ସାହିତ୍ୟିକ । ସାହିତ୍ୟ ନୁହଁଇ ଖାଲି ବିଳାସର ଫିଲ । ଜାତିକୁ ଦେବ ସେହି ମୁକତିର ମୂଲ, ମଲାମାଛ ସତ୍ୟରେ ଅନୁକୂଳ ଗତିକରେ ହେଲେ ଜିଅନ୍ତା ମାଛ ତା’ର ଲକ୍ଷ୍ୟପଥରେ ଗତିକରେ । ଠିକ୍ ସେହିପରି ପ୍ରକୃତ ମଣିଷ ଶଗଡ ଘୋଡାରେ ଗତିକରେ । ସେହିପରି ବରିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ପ୍ରଫେସର ଡ. ବିଜୟାନନ୍ଦ ସିଂ ମୁଖ୍ୟବକ୍ତା, ବରିଷ୍ଠ କବି ତଥା ରେଳ ବିଭାଗର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସାହିତ୍ୟ ହେଉଛି ଯୋଡିବା । ପୁସ୍ତକମେଳା ହେଉଛି ସାହିତ୍ୟର ମହାକୁମ୍ଭ । ଆମେ କହି ଯେ ଭାରତ ବିଶ୍ୱର ଗୁରୁ ହେବା ହେଲେ ଆମର ୮ଲକ୍ଷ ପିଲା କାହିଁକି ବିଦେଶରେ ପଢୁଛନ୍ତି । ତେବେ ଆମର ବିଶ୍ୱଗୁରୁ ହେବା ଦିବାସ୍ୱପ୍ନ । ଯେଉଁ ଘରେ ପୁସ୍ତକ ନାହିଁ ତାହା ଝରକା ବିହିନ ଘର ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାହିତ୍ୟ ସର୍ଜନା, ସମାଜ ସେବା ଓ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବିଶିଷ୍ଟ ପ୍ରତିଭାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆୟୋଜକ କେମ୍ କମିଟି ଦ୍ୱାରା ଚଳିତବର୍ଷ ପାଇଁ ପଚାଶ ବର୍ଷ ବୟସ ସୀମା ମଧ୍ୟରେ ‘ପୁସ୍ତକମେଳା ଯୁବ ସାହିତ୍ୟ ପୁରସ୍କାର’ ଯୁବ କଥାକାର, ପ୍ରାବନ୍ଧିକ ଓ ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ସେହିପରି ୩୫ବର୍ଷରୁ କମ୍ ବୟସ ବର୍ଗରୁ ନୂତନ ପିଢିର ତରୁଣ ଲେଖକ/ଲେଖିକାମାନଙ୍କୁ ସାହିତ୍ୟ ରଚନା ଦିଗରେ ପ୍ରୋସାହିତ କରିବା ନିମନ୍ତେ “ପୁସ୍ତକ ମେଳା ନବସୃଜନ ପୁରସ୍କାର’, ଯୁବକବି ଦେବଦତ୍ତ ମିଶ୍ରଙ୍କୁ ନବସୃଜନ ପୁରସ୍କାର ପ୍ରଦାନ କରାଯିବା ସହିତ ଉଭୟ ରଞ୍ଜନ ପ୍ରଧାନ ଓ ଦେବଦତ୍ତଙ୍କୁ ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ମାନପତ୍ର ଓ ଉପଢୌକନ ସହ ପାଞ୍ଚ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ସାହିତ୍ୟିକଙ୍କ ଆଜୀବନ ସାଧନା, ଉଲ୍ଲେଖନୀୟ କୃତି ଓ ଅବଦାନକୁ ବିଚାରରେ ରଖି ଚଳିତବର୍ଷ ଓଡ଼ିଆ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ଅଶୀତିପର କଥାକାର ରାଜକନିକାର ଲକ୍ଷ୍ମୀଧର ନାୟକ ଆଦିସ୍ୟଙ୍କୁ “କେନ୍ଦ୍ରାପଡ଼ା ପୁସ୍ତକମେଳା ତାଳଧ୍ୱଜ ସମ୍ମାନ’ ପ୍ରଦାନ ଓ ସାହିତ୍ୟ ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବର୍ଷୀୟାନ ସାହିତ୍ୟିକ ଡ଼ ବାସୁଦେବ ଦାସଙ୍କୁ “ପୁସ୍ତକମେଳା ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଛି। ଏହା ସହିତ ଜିଲ୍ଲାରେ ସେବା କ୍ଷେତ୍ରରେ କେନ୍ଦ୍ରାପଡାର ଗ୍ରାମାଞ୍ଚଳରେ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ନିରନ୍ତର ଚିକିତ୍ସା ସେବା ଯୋଗାଇ ଆସୁଥିବା କରିଲୋପାଟଣାର ବର୍ଷୀୟାନ ଚିକିତ୍ସକ ଓ ସ୍ୱାସ୍ଥ୍ୟବିଜ୍ଞାନ ଲେଖକ ଡାକ୍ତର ଗୌରାଙ୍ଗ ଚରଣ ସାମନ୍ତରାୟଙ୍କୁ “ପୁସ୍ତକମେଳା ସେବା ସମ୍ମାନ’ ଓ ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ସାଇ ଯମୁନା ପବ୍ଲିକେଶନ୍‌ର ସତ୍ତ୍ୱାଧିକାରୀ ଚନ୍ଦ୍ରମଣି ଭୂୟାଁଙ୍କୁ “ପୁସ୍ତକମେଳା ଶ୍ରେଷ୍ଠ ପ୍ରକାଶକ ସମ୍ମାନ’ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ କବୟିତ୍ରୀ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ବଂଶୀଧର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ କେମ୍‌ର ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ସମାଜସେବୀ ତଥା ଶିକ୍ଷାବିତ୍ ଅଜୟ ରାଉତ, ଅଧ୍ୟାପକ ଶୁକାନ୍ତ ପ୍ରଧାନ, ଅବନ୍ତି ବେହେରା, ରଣଧୀର ଜେନା, ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ଆଶିଷ ସେନାପତି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ୮ଦିନ ଧରି ଚାଲିଥିବା ଏହି ପୁସ୍ତକମେଳାକୁ କେମ୍‌ର ସଦସ୍ୟ ଜ୍ୟୋତିରଞ୍ଜନ ନାୟକ, ତାରିଣୀ ପାଟ୍ଟଯୋଶୀ, ଶୁଭାଂଶୁ ଦାସ, ସ୍ୱପ୍ନାଂଶୁ ଦାସ, ଶେଷଦେବ ଦାସ, ସମ୍ବିତ୍ ଶ୍ରୀଚନ୍ଦନ, ଅମ୍ରିନ ସାହାଦତ୍‌, ହିମାଂଶୁ ଦାସ, ଧର୍ମଦର୍ଶୀ କର, ମନୋଜ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦ୍ୟୁମ୍ନ ବେହୁରା, ରାଜେନ୍ଦ୍ର ମହାପାତ୍ର, ମଞ୍ଜୁଶ୍ରୀ ଦାସ, ଦମନ ମହାନ୍ତି, ଗିରିଜା ପ୍ରସାଦ ଦାସ, ରଞ୍ଜନ ବାରିକ, ଗୋଲାପ ରାଉତ, ଦିଲ୍ଲୀପ ସାହୁ, ଲକ୍ଷ୍ମୀକାନ୍ତ ନାୟକଙ୍କ ସହିତ କେମ୍‌ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସଫଳତା ସହିତ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading