ବଳଦେବ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ଆଲୋଚନାଚକ୍ର



କେନ୍ଦ୍ରାପଡ଼ା,୧୩ା୧: କେନ୍ଦ୍ରାପଡା ସହରର ବଳଦେବ ଉଚ୍ଚ ବିଦ୍ୟାଳୟର ୨୦୦୫ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ଆଲୋଚନାଚକ୍ର ମା’ବରୁଣେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ପୁରାତନ ଛାତ୍ର ରୂପେ ଭବିଷ୍ୟତରେ ବିଦ୍ୟାଳୟର ଉନ୍ନତି ଓ ଅଧୁନା ବିଦ୍ୟାଳୟରେ ପଢୁଥିବା ପିଲା ମାନଙ୍କ ପାଇଁ ପ୍ରୋତ୍ସାହନ ପ୍ରଦାନ ନିମିତ୍ତ କିଛି କାର୍ଯ୍ୟକ୍ରମ ହାତକୁ ନେବାକୁ ଆଲୋଚନା କରାଯାଇଥିଲା। ଏଥିସହିତ ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୁରାତନ ଛାତ୍ରମାନେ ବିଗତ ଦିନରେ ସେହି ଅଭୁଲା ସ୍ମୃତିକୁ ସାଉଁଟିବା ସହିତ ଦୀର୍ଘ ବ୍ୟବଧାନ ପରେ ମିଳିତ ହୋଇଥିବାରୁ ପରସ୍ପର ମଧ୍ୟରେ ଦୁଃଖ ଓ ସୁଖ ବାଣ୍ଟିବାରେ ନିମଗ୍ନ ହୋଇପଡିଥିଲେ। ଏହି କାର୍ଯ୍ୟକ୍ରମକୁ ସୌମ୍ୟକାନ୍ତ, ସମ୍ବିତ, ଆଦିତ୍ୟ, ବିଶ୍ୱରଂଜନ, ସରୋଜ, ଗୁରୁଚରଣ, ବିଭବ, ଶାରଦା ପ୍ରସନ୍ନ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading