ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭ ଦେଲେ ବିଧାୟକ



ପଟ୍ଟାମୁଣ୍ଡାଇ ୧୩/୧-ପଟ୍ଟାମୁଣ୍ଡାଇ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୭୬ତମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ବଣିକ ସଂଘ ପକ୍ଷରୁ ଶୁଭ ଦିଆଯାଇଛି । ଏହି ଉପଲକ୍ଷେ ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି ପୂଜାର୍ଚନା ଓ ମନ୍ତ୍ରଧ୍ୱନି ମଧ୍ୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ଯଜ୍ଞର ଶୁଭ ଦେଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁ,ବିଦ୍ୟୁତ ବିଭାଗ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ପାଢ଼ୀ, ଅଗ୍ନିଶମ ଅଧିକାରୀ ରାମକୃଷ୍ଣ ପଣ୍ଡା, ରାଜସ୍ୱ ନିରୀକ୍ଷକ ଲାଲୁ ଚୌଧୁରୀ,ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,ବଣିକ ସଂଘ ସଭାପତି ଗୋପୀନାଥ କର ଉପସଭାପତି ମୋହନ ଦାସ (ନମି ),ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା ସହସମ୍ପାଦକ ସରୋଜ ପାଢ଼ୀ କୋଷାଧକ୍ଷ ପର୍ଶୁରାମ ଷଣ୍ଢ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ବିଦ୍ୟାଧର ସେଠୀ,ମଳୟ ଓଝା, ବଣିକ ସଂଘ ଉପଦେଷ୍ଟା କିରଣ କୁମାର ଭୂୟାଁ, ରବୀନ୍ଦ୍ର ସାହୁ କିଶୋର ଜେନା (ବାଇନ)ଅଚ୍ୟୁତାନନ୍ଦ ଜେନା ଗୋପାଳ ଦାସ, ସମ୍ବିତ ଦାସ ,ବ୍ରଜ କିଶୋର ତ୍ରିପାଠୀ, ମୁନ୍ନା ପ୍ରଧାନ, ହରେକୃଷ୍ଣ ସାହୁ, ସୁଦର୍ଶନ ଦାସ ସଂଗ୍ରାମ ଦାସ, ସଞ୍ଜୟ ବର୍ମା ଅନିଲ ପଣ୍ଡା, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଏହି ମହାଯଜ୍ଞ ଆସନ୍ତା ଫେବୃଆରୀ ୪ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ପୂର୍ଣ୍ଣାହୂତି ଦିଆଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading