ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭ ଦେଲେ ବିଧାୟକ



ପଟ୍ଟାମୁଣ୍ଡାଇ ୧୩/୧-ପଟ୍ଟାମୁଣ୍ଡାଇ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୭୬ତମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ବଣିକ ସଂଘ ପକ୍ଷରୁ ଶୁଭ ଦିଆଯାଇଛି । ଏହି ଉପଲକ୍ଷେ ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି ପୂଜାର୍ଚନା ଓ ମନ୍ତ୍ରଧ୍ୱନି ମଧ୍ୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ଯଜ୍ଞର ଶୁଭ ଦେଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁ,ବିଦ୍ୟୁତ ବିଭାଗ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ପାଢ଼ୀ, ଅଗ୍ନିଶମ ଅଧିକାରୀ ରାମକୃଷ୍ଣ ପଣ୍ଡା, ରାଜସ୍ୱ ନିରୀକ୍ଷକ ଲାଲୁ ଚୌଧୁରୀ,ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,ବଣିକ ସଂଘ ସଭାପତି ଗୋପୀନାଥ କର ଉପସଭାପତି ମୋହନ ଦାସ (ନମି ),ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା ସହସମ୍ପାଦକ ସରୋଜ ପାଢ଼ୀ କୋଷାଧକ୍ଷ ପର୍ଶୁରାମ ଷଣ୍ଢ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ବିଦ୍ୟାଧର ସେଠୀ,ମଳୟ ଓଝା, ବଣିକ ସଂଘ ଉପଦେଷ୍ଟା କିରଣ କୁମାର ଭୂୟାଁ, ରବୀନ୍ଦ୍ର ସାହୁ କିଶୋର ଜେନା (ବାଇନ)ଅଚ୍ୟୁତାନନ୍ଦ ଜେନା ଗୋପାଳ ଦାସ, ସମ୍ବିତ ଦାସ ,ବ୍ରଜ କିଶୋର ତ୍ରିପାଠୀ, ମୁନ୍ନା ପ୍ରଧାନ, ହରେକୃଷ୍ଣ ସାହୁ, ସୁଦର୍ଶନ ଦାସ ସଂଗ୍ରାମ ଦାସ, ସଞ୍ଜୟ ବର୍ମା ଅନିଲ ପଣ୍ଡା, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଏହି ମହାଯଜ୍ଞ ଆସନ୍ତା ଫେବୃଆରୀ ୪ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ପୂର୍ଣ୍ଣାହୂତି ଦିଆଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।


Next Post

ହଜାର ହଜାର ଭକ୍ତଙ୍କ ସମାଗମରେ ଚନ୍ଦ୍ରମୌଳି ପୀଠରେ ମକର ମେଳା

Tue Jan 14 , 2025
ପଟ୍ଟାମୁଣ୍ଡାଇ ୧୪ା୧  – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ କେରଡା ଅଂଚଳ ସର୍ବ ପ୍ରଚିନର ଆରାଧ୍ୟ ଦେବତା ପ୍ରଭୁ ଚନ୍ଦ୍ରମୌଳିଙ୍କ ପ୍ରସିଦ୍ଧ ଶୈବପୀଠରେ ହଜାର ହଜାର ଭକ୍ତଙ୍କ ସମାଗମରେ ହିନ୍ଦୁ ରୀତିନୀତିର ଅନନ୍ୟ ମହୋତ୍ସବ ମକର ସକ୍ରାନ୍ତି ଉତ୍ସବ ଓ ମକର ମେଳା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଚନ୍ଦ୍ରମୈାଳିଙ୍କ ମକରଯାତ୍ରା ଉତ୍ସବ ସମଗ୍ର ଅଚଂଳର ଅନନ୍ୟ ଆଧ୍ୟାତ୍ମିକ ଉତ୍ସବ ଭାବରେ ପରିଚିତ । ଏହି […]

KANIKA