ବଳଦେବ ଉଚ୍ଚ ବିଦ୍ୟାଳୟରେ ପଞ୍ଚସଖା ଶିକ୍ଷା ସେତୁର ସଭା



କେନ୍ଦ୍ରାପଡା,୧୪ା୧: ପୌରାଞ୍ଚଳସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ରାତ୍ରି ଜଗୁଆଳି, ସଫେଇ କର୍ମଚାରୀ ଓ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ପ୍ରଧାନ ଶିକ୍ଷକ ରୁବିନା ପ୍ରଧାନ ପ୍ରସ୍ତାବ ଆଗତ କରିଥିଲେ । ଏହା ସଭାରେ ଆଲୋଚନା କରାଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା । ବିଦ୍ୟାଳୟର ନିରାପତ୍ତା ନିମନ୍ତେ ବୃହତ୍‌କାୟ ବୃକ୍ଷଗୁଡିକୁ କାଟିବା ପାଇଁ ଜଙ୍ଗଲ ବିଭାଗର ଅନୁମତି ଆଣିବା ପାଇଁ ନିଷ୍ପତ୍ତି ନିଆଗଲା । ଖେଳପଡିଆର ଉନ୍ନତିକରଣ ତଥା ବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବାକୁ ସ୍ଥିର କରାଗଲା । ଉକ୍ତ ଆଲୋଚନାରେ ଡ. ଉପେନ୍ଦ୍ର ପ୍ରଧାନ, ଧିରେନ କୁମାର ସାହୁ, ବ୍ରଜସୁନ୍ଦର ଦାସ, ଅଦ୍ୱୈତ ପ୍ରସାଦ ଦାସ, କାଉନସିଲର ପ୍ରଦୀପ୍ତ କୁମାର ଜେନା, ବିଭୂତି ଭୂଷଣ ମହାନ୍ତି, ଗୁରୁଚରଣ ପ୍ରଧାନ, ରମାକାନ୍ତ ସାହୁ, ଉମାକାନ୍ତ ଘୋଷ, ପୁଷ୍ପାଞ୍ଜଳି ଦାସ, ପ୍ରୀତିସ୍ନିଗ୍ଧା ଦାଶ ଓ ବିଷ୍ଣୁପ୍ରିୟ ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଶିକ୍ଷକ ତପନ ଦାଶ, ରାଜଶ୍ରୀ ଆଚାର୍ଯ୍ୟ ଓ ଝରଣା ମହାପାତ୍ର ଉପସ୍ଥିତ ଥିଲେ । ଶେଷରେ ସଂସ୍କୃତ ଶିକ୍ଷକ ଅମର କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ସଂକ୍ରାନ୍ତି ପୁରୁଷ ଫକୀରମୋହନ ଓଡିଆ ଜାତିର ଅସ୍ମିତା

Tue Jan 14 , 2025
କେନ୍ଦ୍ରାପଡା,୧୪ା୧: ଆଜି କେନ୍ଦ୍ରାପଡାର ନବଗଠିତ ସଂସ୍ଥା “କେନ୍ଦ୍ରାପଡା ଜିଲ୍ଲା ନାଟ୍ୟକଳା ସାହିତ୍ୟ ପରିଷଦ” ଦ୍ୱାରା ଉତ୍କଳୀୟ ସାହିତ୍ୟର ଉତ୍କଳ ସାହିତ୍ୟ ସ୍ରଷ୍ଟା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠାନର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ଚଣ୍ଡିଆ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ମୃତିସଭାରେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର କାର୍ଯ୍ୟକାରୀ […]

You May Like