ବଜରଙ୍ଗୀ ୟୁଥ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ



କେନ୍ଦ୍ରାପଡ଼ା,୧୫ା୧: ମହାକାଳପଡା ବ୍ଲକ ଅନ୍ତର୍ଗତ ମହାକାଳପଡା ଗ୍ରାମର ମା’ ଗଜଲକ୍ଷ୍ମୀ ପଡିଆଠାରେ ବଜରଙ୍ଗୀ ୟୁଥ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦିନିକିଆ ଦିନ-ରାତି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଦିନିକିଆ ଅନ୍ତଃଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାରୁ ଖ୍ୟାତିସମ୍ପନ୍ନ ୮ ଗୋଟି ଭଲିବଲ ଟିମ୍ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ କଟକ ସିଡିଏ ଟିମ୍ ଏବଂ କେନ୍ଦ୍ରାପଡା ଜିଲ୍ଲା ପାଟଳିପଙ୍କସ୍ଥିତ ଖୁରୁସିଆ ଭଲିବଲ ଟିମ୍ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚରେ ଖୁରୁସିଆ ୨-୧ରେ କଟକ ସିଡିଏ ଭଲିବଲ ଟିମ୍‌କୁ ହରାଇ ବିଜୟୀ ହୋଇ ସିଲ୍ଡ ଲାଭ କରିଥିବା ବେଳେ କଟକ ଟିମ୍ ରନର୍ସ ଅଫ୍ କପ୍ ପାଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମହାକାଳପଡା ବିକାଶ ମଞ୍ଚର ସଭାପତି, ପରିବେଶବିତ୍ ତଥା ଶିକ୍ଷାବିତ୍ କାଶୀନାଥ ରାଉତରାୟ, ମୁଖ୍ୟବକ୍ତା ଭାବେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ ସମ୍ପାଦକ ଶିକ୍ଷକନେତା ପ୍ରଣବ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ନାରୀ ନେତ୍ରୀ ଉର୍ମିଳା ରାଉତରାୟ, ସାମ୍ବାଦିକ ନିରଞ୍ଜନ ଓଝା ପ୍ରମୁଖ ଯୋଗଦେଇ ଭଲିବଲ ଖେଳ ଦ୍ୱାରା ଜଣେ ଯୁବକ-ଯୁବତୀ ଆତ୍ମ ନିଯୁକ୍ତି ହେବା ସହ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା, ଭାଇଚାରା ସମ୍ପର୍କ ଆଣିଥାଏ ବୋଲି ବକ୍ତବ୍ୟ ରଖିଥିଲେ । ୟୁଥ କ୍ଲବର ସଭାପତି ବିଶ୍ୱଜିତ୍ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକୁ ଶାନ୍ତନୁ ବେହେରା, ପ୍ରତାପ ଚନ୍ଦ୍ର ରାଉତରାୟ, ସାଗର ବାରିକ, ପାର୍ଥସାରଥି ସାମନ୍ତରାୟ, ବିଦ୍ୟାସାଗର ରାଉତ, ସାଗର ଯତି, ଧନେଶ୍ୱର ସେଠୀ, ଦିଲ୍ଲିପ ବାରିକ, କମିନା ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଭାସ ରଞ୍ଜନ ମଣ୍ଡଳ ଅତିଥିମାନଙ୍କ ସମେତ ସମସ୍ତ ଖେଳାଳି ଓ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଖପାଖ ଗ୍ରାମର ହଜାର ହଜାର ଦର୍ଶକ ଖେଳ ଦେଖିଥିଲେ ।


Discover more from

Subscribe now to keep reading and get access to the full archive.

Continue reading