ବୟୋଜ୍ୟୋଷ୍ଠ ବ୍ୟକ୍ତି ସମାଜର ମାର୍ଗ ଦର୍ଶକ


ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ବାପା ଓ ଜେଜେ ମା’ ସମ୍ମିଳନୀ


ପଟ୍ଟାମୁଣ୍ଡାଇ ୧୫/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ ମୂଳବସନ୍ତ ପଂଚାୟତର ସାନ ମୂଳବସନ୍ତ ଠାରେ ଜେଜେ ବାପା ଜେଜେ ମା’ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଜେଜେବାପା ଓ ଜେଜେମା’ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରିଣୀ ପ୍ରେମବାଳା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିଶୁଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ଜେଜେବାପା ଓ ଜେଜେମାଆଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ସାମାଜିକ ଗଣମାଧ୍ୟମ ଓ ବହୁଳ ମାତ୍ରାରେ ମୋବାଇଲର ଆପ ବ୍ୟବହାରକୁ ରୋକି ସ୍ନେହ ଶ୍ରଦ୍ଧା ଦେଇ ଶିଶୁଙ୍କୁ ଭଲ ବାଟକୁ ଆଣିବା ପାଇଁ ଜେଜେ ବାପା ଓ ଜେଜେ ମା’ ଙ୍କୁ ନିବେଦନ କରିଥିଲେ । ଅରୁଆ କଦଳିବଣ ଉଚ୍ଚବିଦ୍ୟାଳୟ ପ୍ରାକ୍ତନ ପ୍ରଧାନଶିକ୍ଷକ ଅଶୋକ କୁମାର ବଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପିଲାମାନଙ୍କ ଭବିଷ୍ୟତ ଗଠନରେ ଜେଜେବାପା ଜେଜେମାଆଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଗୋବିନ୍ଦପୁର ରାଜସ୍ୱ ନିରୀକ୍ଷକ ତଥା ବିଦ୍ୟାମନ୍ଦିର ପ୍ରଥମ ପରିଚାଳନା ସମିତି ସଭାପତି ସରୋଜ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୟୋଜ୍ୟୋଷ୍ଠ ବ୍ୟକ୍ତି ସମାଜର ମାର୍ଗ ଦର୍ଶକ ହୋଇଥିବାରୁ ସେମାନଙ୍କ ମାର୍ଗଦର୍ଶନରେ ବର୍ତମାନର ଯୁବପିଢ଼ି ଅନୁପ୍ରାଣିତ ହୋଇ ଆଗକୁ ବଢିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିକ୍ରମଜିତ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ବାବୁରାମ ସାହୁ ମଂଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସହକାରୀ ଆଚାର୍ଯ୍ୟା ଶିବାନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଛାତ୍ରୀଛାତ୍ରଙ୍କ ଜେଜେବାପା ଜେଜେମା’ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading