ହଳଦିଆ ମାଦ୍ରାସା ରେ ଡ଼.ସୈଫୁଦ୍ଦିନ କିଚଲୁ ଙ୍କ ଜନ୍ମ ଜୟନ୍ତୀ ପାଳନ



କେନ୍ଦ୍ରାପଡ଼ା୧୫/୧- କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ହଳଦିଆ ବସ୍ତିର ମିଲେତ ଇବ୍ରାହିମ ମଦ୍ରାସା ପରିସରରେ ଡ. ସୈଫୁଦ୍ଦିନ କିଚଳୁ ଙ୍କ ଜନ୍ମ ଜୟନ୍ତୀ ସମାଜସେବୀ ସେକ ଶାବିର ହୁସେନ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ଦିବସରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଡିବେଟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମାଦ୍ରାସା ମୌଲାନା ହାଜି କମିରୁଦ୍ଦିନ ଉପସ୍ଥିତ ଥିଲେ । ମାଦ୍ରାସା ହେଡମାଷ୍ଟର ଅବ୍ରାର ଏହମଦ ହବିବ, ସମାଜସେବୀ ସେକ ଅବଦୁଲ ହକିମ, ଗ୍ରାମ ମୁରବି ସେକ ମୋତିଉର ରେହେମାନ, ସମାଜସେବୀ ସେକ ମେହେବୁବ ଅଲ୍ଲୀ, ଗ୍ରାମ ମୁରବି ସେକ ପିର ମହମ୍ମଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏମଡି ମୁସ୍ତକିମ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ଆୟୋଜକ ସେକ ଶାବିର ପୂର୍ବରୁ କେନ୍ଦ୍ରାପଡ଼ାର ମାଦ୍ରାସା ଇସ୍ଲାମିୟା ଆର୍ବିଆ ରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ରାଷ୍ଟ୍ରୀୟ ଏକତା ଦିବସ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପାଳନ କରିଥିଲେ । ସଂଖ୍ୟା ଲଘୁ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ରେ କିପରି ଜଣେ ଜଣେ ଭଲ ମଣିଷ ହୋଇପାରିବେ ଏବଂ ନିଜେ ନିଜ ପିତା ମାତାଙ୍କ ନାଁ କୁ ଆଗକୁ ନେଇ ପାରିବେ ସେଥିପାଇଁ ସେକ ଶାବିର ଏହିଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହା କେନ୍ଦ୍ରାପଡ଼ା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।


Discover more from

Subscribe now to keep reading and get access to the full archive.

Continue reading