ଗୌର ମହାପାତ୍ର ନିଖିଳ ଓଡିଶା ଆଇନଜୀବୀ ସଂଘ ଉପସଭାପତି



କେନ୍ଦ୍ରାପଡ଼ା,୧୮ା୧: କେନ୍ଦ୍ରାପଡା ଜିଲ୍ଲାର ଆଇନଜୀବୀ ଗୌର ପ୍ରସାଦ ମହାପାତ୍ର ନିଖିଳ ଓଡିଶା ଆଇନଜୀବୀ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭଞ୍ଜନଗରଠାରେ ୫୩ତମ ନିଖିଳ ଓଡିଶା ଆଇନଜୀବୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଆଗାମୀ ଦୁଇବର୍ଷ ପାଇଁ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡାର ପୁଅ ତଥା କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଦସ୍ୟ ଗୌରପ୍ରସାଦ ମହାପାତ୍ରଙ୍କୁ ନିଖିଳ ଓଡିଶା ଆଇନଜୀବୀ ସଂଘର ଉପସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ଶ୍ରୀ ମହାପାତ୍ର ୪୮ବର୍ଷ ଧରି କେନ୍ଦ୍ରାପଡା କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରି ପ୍ରତିଷ୍ଠା ଲାଭ କରିଛନ୍ତି । ରାଜ୍ୟସଂଘରେ ତାଙ୍କୁ ଉପସଭାପତି ଭାବେ ନିର୍ବାଚିତ କରାଯାଇଥିବାରୁ ଜିଲ୍ଲା ଆଇନଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।


Next Post

ଜିଏସଟି ସର୍ବକ୍ଷମା ଯୋଜନା କର୍ମଶାଳା

Sat Jan 18 , 2025
କେନ୍ଦ୍ରାପଡ଼ା,୧୮ା୧: କେନ୍ଦ୍ରାପଡାସ୍ଥିତ ନିୟନ୍ତ୍ରିତ ବଜ଼ାର କମିଟି ସଭାଗୃହରେ ଜି.ଏସ.ଟି.ସର୍ବକ୍ଷମା ଯୋଜନାର ଏକ ସଚେତନତା କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜି. ଏସ୍‌. ଟି ବିଭାଗର ଅତିରିକ୍ତ ଆୟୁକ୍ତ ମୁକ୍ତି ରଞ୍ଜନ ଆଚାର୍ଯ୍ୟ, ଯୁଗ୍ମ ଆୟୁକ୍ତ ରମେଶ କୁମାର ମଣ୍ଡଳ ଓ ଉପ ଆୟୁକ୍ତ ଅମରେନ୍ଦ୍ର ପ୍ରସାଦ ମହାଳିକ ପ୍ରମୁଖ ଉପସ୍ଥିତ ରହି ଏହି ସର୍ବକ୍ଷମା ଯୋଜନାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ôଥକ ବର୍ଷ […]

You May Like