ଜିଏସଟି ସର୍ବକ୍ଷମା ଯୋଜନା କର୍ମଶାଳା



କେନ୍ଦ୍ରାପଡ଼ା,୧୮ା୧: କେନ୍ଦ୍ରାପଡାସ୍ଥିତ ନିୟନ୍ତ୍ରିତ ବଜ଼ାର କମିଟି ସଭାଗୃହରେ ଜି.ଏସ.ଟି.ସର୍ବକ୍ଷମା ଯୋଜନାର ଏକ ସଚେତନତା କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜି. ଏସ୍‌. ଟି ବିଭାଗର ଅତିରିକ୍ତ ଆୟୁକ୍ତ ମୁକ୍ତି ରଞ୍ଜନ ଆଚାର୍ଯ୍ୟ, ଯୁଗ୍ମ ଆୟୁକ୍ତ ରମେଶ କୁମାର ମଣ୍ଡଳ ଓ ଉପ ଆୟୁକ୍ତ ଅମରେନ୍ଦ୍ର ପ୍ରସାଦ ମହାଳିକ ପ୍ରମୁଖ ଉପସ୍ଥିତ ରହି ଏହି ସର୍ବକ୍ଷମା ଯୋଜନାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ôଥକ ବର୍ଷ ନିମନ୍ତେ ଜି.ଏସ.ଟି. ନିୟମ ଧାରା ୭୩ ଅନୁଯାୟୀ ନିର୍ଦ୍ଧାରିତ ଟିକସ ପରିମାଣକୁ ଦାଖଲ କଲେ ତା ଉପରେ ନିର୍ଦ୍ଧାରଣ କରାଯାଇଥିବା ସୁଧ ଏବଂ ଜୋରିମାନା ପରିମାଣ ସମ୍ପୂର୍ଣ୍ଣ ଛାଡ ହୋଇଯିବ ବୋଲି ଅଧିକାରୀଗଣ ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳାରେ କେନ୍ଦ୍ରାପଡ଼ା ଟ୍ୟାକ୍ସବାର ଆସୋସିଏସନର ସଭାପତି ପରେଶ ଚନ୍ଦ୍ର ଦାସ, ଉପଦେଷ୍ଟା ଦୁର୍ଯ୍ୟୋଧନ ରଥ, ଆଡ଼ଭୋକେଟ ଏବଂ ବ୍ୟବସାୟୀ ଗଣ ଉପସ୍ଥିତ ଥିଲେ।


Next Post

ବେଣୀପୁର ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

Sat Jan 18 , 2025
କେନ୍ଦ୍ରାପଡା,୧୮ା୧: ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ସରକାରୀ ହାଇସ୍କୁଲର ତିନିଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନ ଉତ୍ସବରେ ବେଣୀପୁର ଗ୍ରାମପଞ୍ଚାୟତର ସରପଞ୍ଚ ମୋହନ ଚରଣ ସାହୁ, ମୁଖ୍ୟବକ୍ତା ଭାବେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଯୋଗଦେଇ ଆଜିର ଅବକ୍ଷୟମୂଖୀ ସମାଜରେ ଶ୍ରବଣ କୁମାରର […]

You May Like