
ପଟ୍ଟାମୁଣ୍ଡାଇ ୧୮/୧ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପୋକ୍ସୋ ଆକ୍ଟ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନତା ଶିବିର ପଟ୍ଟାମୁଣ୍ଡାଇ କଲେଜରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କୋର୍ଟର ନୂତନ ଅତିରିକ୍ତ ଜିଲ୍ଲା ଜଜ (ଏ ଡ଼ି ଜେ ) ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ସିନିୟର୍ ସିଭିଲ୍ ଜଜ୍ ତଥା ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀସଙ୍ଗୀତା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ବିଚାରପତି ତଥା ଜେଏମଏଫସି ଡ଼ି. କେ. ବାଲକ୍ରିଷନ ଯୋଗ ଦେଇ ପୋସ୍କୋ ଆକ୍ଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥି ପାଇଁ ପଟ୍ଟାମୁଣ୍ଡାଇ କଲେଜରେ କମିଟି ଗଠନ ହୋଇଥିବାବେଳେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ସଂସ୍ଥା, ସ୍କୁଲ, କଲେଜ, ଜିଲ୍ଲା ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତହସିଲ, ବ୍ଲକ ଅଫିସ, ବ୍ୟାଙ୍କ ସବୁଠାରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଦ୍ୱାରା ଇଂଟରନାଲ କମ୍ପେ୍ଲନ କମିଟି ଗଠନ କରାଯାଇ ମହିଳା ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି ପ୍ରକାଶ କରିବା ସହିତ କମିଟି ଗଠନ ବାଧ୍ୟତାମୂଳକ ହୋଇଥିବାରୁ ଯେଉଁ ସଂସ୍ଥା ଆନ୍ତଃଜ୍ୟାର୍ତିୟ ଅଭିଯୋଗ କମିଟି ଗଠନ ନ କରିବେ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ ବୋଲି ପ୍ରକାଶ କରିଥିଲେ । ଏହି ଶିବିରରେ ଆଇନଜିବୀ ତପନ ମିଶ୍ର, ସୁରେଶ ନରେନ୍ଦ୍ର ରବୀନ୍ଦ୍ର ଦାଶ, ତ୍ରୈଲୋକ୍ୟ ସ୍ୱାଇଁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଓ କଲେଜର ସମସ୍ତ ଅଧ୍ୟାପିକା/ଅଧ୍ୟାପକ, ଛାତ୍ରୀଛାତ୍ର, ଏନସିସି କାଡେଟ କର୍ମକର୍ତା ଉପସ୍ଥିତ ରହିଥିବା ବେଳେ ଲିଗାଲ ଏଡ଼ର ଅପର୍ଣା ସାମଲ, ମୋହନ ଦାଶ, ପିଏଲଭି ସଭ୍ୟାସଭ୍ୟ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଫ୍ରଂଟ ଅଫିସ ରିଟେନର ଧୀରେନ୍ଦ୍ରନାଥ ସାହୁ ଧନ୍ୟବାଦ ଦେଇଥିଲେ ।











