ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୮୦ତମ ତିରୋଧାନ ଦିବସ ପାଳନ ପାଇଁ ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା,୧୯ା୧: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୮୦ତମ ତିରୋଧାନ ପାଳନ ନିମନ୍ତେ ସ୍ଥାନୀୟ ପବ୍ଲିକ ରିଡିଂରୁମ୍ ପରିସରରେ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସ୍ଥାୟୀ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିପ୍ଳବୀଙ୍କ ତିରୋଧାନ ଦିବସ ପାଳନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଆସନ୍ତା ୨୭ ତାରିଖରେ ବିପ୍ଳବୀଙ୍କ ତିରୋଧାନ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଭାରତ ସ୍ୱାଧୀନତା ସଂଗ୍ରାମରେ ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକା ଉପରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଆଲୋଚନା କରାଯିବ । କମିଟି ପକ୍ଷରୁ ତୁରନ୍ତ ମେମ୍ବର କରାଯିବା ପାଇଁ ସ୍ଥିର କରାଗଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରମଣୀ ରଞ୍ଜନ ରାଉତ, କେଦାରନାଥ ସାମନ୍ତରାୟ, ଅମୂଲ୍ୟ କୁମାର ରାଉତ, ପ୍ରଦୀପ ସିଂହ, ଗୋଲଖ ଚନ୍ଦ୍ର ପରିଡା, ପ୍ରଭାତ କିଶୋର ନାୟକ, ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଚନ୍ଦନ କୁମାର ପରିଡା, ଅକ୍ଷୟପ୍ରିୟ ଦାସ, ଅବନ୍ତୀ ବେହେରା, ଧିରେନ ଦାସ, ଉମାକାନ୍ତ ଗୁରୁ, ସେକ୍ ସୌକତ ଖାନ, ରଣଧୀର ଜେନା, ମୀର ଅଫସର ଅଲ୍ଲୀ, ସତ୍ୟବ୍ରତ ସିଂହ, ସଞ୍ଜୟ କୁମାର ଜେନା, କାଉସିଲର ସେକ ଅସଲମ, କରିମ ଖାନ, ସୌମ୍ୟ ରଞ୍ଜନ ଦାସଙ୍କ ସମେତ ବହୁ ଜ୍ଞାନୀ, ଗୁଣୀ ଯୋଗ ଦେଇଥିଲେ । ଶେଷରେ ସଂଗଠନ ସମ୍ପାଦକ ମୁକ୍ତାର ଖାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading