ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସାମୂହିକ ବ୍ରତୋପନୟନ



କେନ୍ଦ୍ରାପଡା,୨୧ା୧: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଆନୁକୂଲ୍ୟରେ ସାମୁଷିକ ବ୍ରତୋପନୟନ ତଳବାରଙ୍ଗସ୍ଥ ଶ୍ରୀ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପବିତ୍ର ସାମୂହିକ ବ୍ରତୋପନୟନରେ ବିଲବଳରାମପୁରର ଦୀପ୍ତି ରଞ୍ଜନ କର, ଗରଦପୁରର ଦିବ୍ୟଦର୍ଶନ ପତି, ଜଜାଙ୍ଗର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆଳି, ନେମାଳର ସଞ୍ଜୟ ଦୀକ୍ଷିତ, ପଟ୍ଟାମୁଣ୍ଡାଇ-ଅଣ୍ଡରା ଗ୍ରାମର ସୁଧାଂଶୁ ଶେଖର ପଣ୍ଡା ବ୍ରହ୍ମଚାରୀ ଭାବରେ ଉପବୀତ ଗ୍ରହଣ କରିଛନ୍ତି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଉପଦେଷ୍ଟା ପଣ୍ଡିତ କେଶବ ଚନ୍ଦ୍ର ପତ୍ରୀ, ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡା, ଉପ ସଭାପତି କୃଷ୍ଣାନନ୍ଦ ପଣ୍ଡା, ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତି, ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟମାନଙ୍କ ତତ୍ତ୍ୱାବଧାନରେ ସମସ୍ତ ଶୁଭକର୍ମ ସମାପନ କରାଯାଇଛି । ଉକ୍ତ ବ୍ରତୋପନୟନ କାର୍ଯ୍ୟରେ ଶ୍ରୀଗୋପୀନାଥଜୀଉ ଯୁବକ ସଂଘ ଓ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସଭ୍ୟ ନୃସିଂହ ଚରଣ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading