କେନ୍ଦ୍ରାପଡାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଓ ପ୍ରତିଭା ଅନ୍ୱେଷଣ


କେନ୍ଦ୍ରାପଡା ୧୩/୮- ଆଜି କେନ୍ଦ୍ରାପଡା ସହରସ୍ଥ ପୌରପାଳିକା ଟାଉନ୍‌ହଲ୍‌ଠାରେ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ଓ ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ପାଳନ କରାଯାଇଛି । ସକାଳ ୮ଟାରୁ ଓକା ଆଇଡଲ୍ ପକ୍ଷରୁ ଏକ ସାଂସ୍କୃତିକ ପ୍ରତିଯୋଗୀତା କରାଯାଇ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଟପ୍ ଟେନ୍ ଓକା ଆଇଡଲ୍ ସମ୍ମାନ ପ୍ରଦାନ କରାଯିବା ସହ ଓଡିଶାରେ ସୁନାମ ଅର୍ଜନ କରିଥିବା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ସୁପ୍ରତିଭାମାନଙ୍କୁ ତୁଳସୀ ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସମାରୋହରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ତହସିଲଦାର ଅଞ୍ଜଳି ତରାଇ, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ତଥା ରାଜନେତା ରାଜେଶ ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଶଶଧର ପଣ୍ଡା ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ଅନ୍ୱେଷଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବାରୁ ସଂଗଠନକୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ମଲ୍ଲିକ, ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ସୁଧାକର ମିଶ୍ର ଓ ଏଞ୍ଜୋଲା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରତିଭାମାନଙ୍କୁ ତୁଳସୀ ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ୧୫୦ଜଣ ସୁପ୍ରତିଭାମାନଙ୍କୁ ତୁଳସୀ ରତ୍ନ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନର କଳାକାର ବିଜୟିନୀ ଦାଶ, ସାଇଶ୍ରୀ ପୃଷ୍ଟି ଓ ବିଜୟାଲକ୍ଷ୍ମୀ ଶତପଥୀ ପ୍ରରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଶେଷରେ ଓଡିଶୀ ନୃତ୍ୟଗୁରୁ ପ୍ରକାନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦୀପ ବିହାରୀ, ଅକ୍ଷୟ ସାମଲ, ନିରାକାର ମହାରଣା, ଦୀପ୍ତିମୟୀ ନାୟକ, ଉର୍ମି ବିଜୟିନୀ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ ଏହି ଅନୁଷ୍ଠାନ ପକ୍ଷରୁ ଓଡିଶାର ୩୦ଟି ଜିଲ୍ଲାରେ ଅନ୍ୱେଷଣ କରାଯାଇ ସୁପ୍ରତିଭାମାନଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଉଛି ।


Discover more from

Subscribe now to keep reading and get access to the full archive.

Continue reading