ପଟ୍ଟାମୁଣ୍ଡାଇ କଲେଜ ଆଇକ୍ୟୁଏସି କର୍ମଶାଳା



ପଟ୍ଟାମୁଣ୍ଡାଇ ୨୯/୧- ପଟ୍ଟାମୁଣ୍ଡାଇ କଲେଜ ଆଇକ୍ୟୁଏସି ଆନୁକୂଲ୍ୟରେ ଏନଭାରମେଂଟ ଏଂଟରପେନିଓରସିପ ଆଣ୍ଡ ଇଣ୍ଡଷ୍ଟ୍ରି ଇନ ଦ କଂଟେଟ ଅଫ ଏନଇପି-୨୦୨୦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପକ ସୁଭାଶିଷ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ରସାୟନବିତ ବୈଜ୍ଞାନିକ ଚିତ ରଞ୍ଜନ ମିଶ୍ର ମୁଖ୍ୟଅତିଥି,ପରିବେଶବିତ ବଦ୍ରି ନାରାୟଣ ମହାନ୍ତି ଓ ଗ୍ରାମ ଉନ୍ନାନ ସମ୍ପାଦକ ଗୋବିନ୍ଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଷୟଭିତିକ ଆଲୋଚନା କରିଥିଲେ । ଆରକ୍ୟୁଏସି ସଂଯୋଜକ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା, ଡ଼ ରମେଶ କୁମାର ସାହୁ, ଡ଼ ଫକୀର ପ୍ରଧାନ, କ୍ୟାପଟେନ ମନୋଜ ପରିଡା, ଡ଼ ନିବେଦିତା ପ୍ରଧାନ, ଅମୀୟ ଦାସ, ନିବେଦିତା ନାୟକ, ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ, ସରୋଜ ନାୟକ, ଅମିତ ସାହୁ, ରଞ୍ଜନ ଗାହାଣ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ବାରିକ ଓ ଗଣେଶ୍ୱର ଦାସ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading