“ଦୁହିତା” ଉନ୍ମୋଚନ ଓ କବିତା ପାଠ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୩୦/୧-ଓଡ଼ିଆ ଭାଷାର ଅସ୍ମିତା ସମ୍ପର୍କରେ ଆଲୋଚନାଚକ୍ର, ପତ୍ରିକା “ଦୁହିତା” ଉନ୍ମୋଚନ ଓ ମନୋଜ୍ଞ କବିତା ପାଠ ଉତ୍ସବ କଥାକାର ପ୍ରଫେସର ଡ଼ ନୀଳମଣି ଲେଙ୍କାଙ୍କ ପୌରହିତ୍ୟରେ ବଡ଼ମୋହନପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କବି ଡା ମନୋରଞ୍ଜନ ଦାଶ ମୁଖ୍ୟଅତିଥି, ପରିବେଶବିତ ହେମନ୍ତ ରାଉତ ମୁଖ୍ୟବକ୍ତା ସତୀର୍ଥ ସମ୍ପାଦକ ମନ୍ମଥ ବରାଳ, କବୟିତ୍ରୀ ଆରାଧନା ଦାଶ, ସମାଜସେବୀ ରବୀନ୍ଦ୍ର ବେହେରା, ଯୁବ ପ୍ରତିଭା ସୁଶ୍ରୀ ସଂଗୀତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରାଚୀନ ଓଡ଼ିଆ ଭାଷାର ମହିମା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଇ ଅବସରରେ ଅତିଥିମାନେ କବୟିତ୍ରୀ ଚାରୁଲତା ଭୂୟାଁଙ୍କ ସମ୍ପାଦିତ “ଦୁହିତା” ପୁସ୍ତକ ଉନ୍ମୋଚନ କରିଥିଲେ । କବି ନରେଶ ମଲିକଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ ବହୁ କବି କବୟିତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଦାଶିବ ଚୌଧୁରୀ ଓ ନାରାୟଣ ସ୍ୱାଇଁ ପରିଚାଳନା କରିଥିଲେ ।


Next Post

ପ୍ରେମିକଙ୍କ ସହିତ ବିଭା ହେବlକୁ ଥିବା କନ୍ୟାକୁ ବିଷ ଦେଲେ ପ୍ରେମିକା!

Thu Jan 30 , 2025
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଂଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ନିଜର ପ୍ରେମିକ ସହିତ ବିଭା ହେବାକୁ ଥିବା ଜନୈକା କନ୍ୟାକୁ ପ୍ରେମିକା ବିବାହିତା ମହିଳା ଜଣକ ବିଷ ଦେଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଯାହାଫଳରେ ପ୍ରେମିକଙ୍କ ପ୍ରସ୍ତାବିତ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି […]

KANIKA