
ପଟ୍ଟାମୁଣ୍ଡାଇ ୪/୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଛି । ଗ୍ରାମଂଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ ପ୍ରଧାନଙ୍କ ବାଇକ ଡିକିରୁ ଏହି ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ ମାନେ ଏକ କଳା ପଲସର୍ରେ ଆସି ଦିନ ଦ୍ୱିପ୍ରହରରେ ଆଦର୍ଶଥାନା ସାମ୍ମୁଖ ଏକ ଦୋକାନ ଆଗରୁ ଡିକି ଭାଙ୍ଗି ଲୁଟ୍ କରିଥିଲେ। ଏନେଇ କମଳାକାନ୍ତ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ଥାନା ସମ୍ମୁଖରୁ ଚୋରୀ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।
ସୁଚନାନୁଯାଇ କମଳାକାନ୍ତ ଗତ କିଛିଦିନ ତଳେ ମଣ୍ଡିରେ ଧାନ ବିକ୍ରି କରିଥିବା ଟଙ୍କା ବ୍ୟାଙ୍କକୁ ଆସିଥିଲା । ଏଥିନେଇ ମଙ୍ଗଳବାର ଷ୍ଟେଟ ବ୍ୟାଙ୍କ ଶାଖରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖିଥିଲେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଗରେ କମଳାକାନ୍ତ ବାଇକ ଗାଡି ଛାଡି ସେ କୌଣସି ଏକ ଦୋକାନକୁ ଯାଇଥିଲେ । ମାତ୍ର କିଛି ସମୟ ବ୍ୟବଧାନ ମଧ୍ୟରେ ଜଣେ ଚୋର ଆସି ଡିକି ଭାଙ୍ଗି ତାଙ୍କ ଟଙ୍କା ଜରି ନେଇ ଫେରାର ମାରିଥିଲା ।ଏହା ଦେଖି କମଳା ତୁରନ୍ତ ଦୌଡ଼ି ଯାଇ ଗାଡ଼ି ପାଖରେ ପହଁଚି ଦୁର୍ବୃତଙ୍କ ପିଛା କରିଥିଲେ ମଧ୍ୟ ସେମାନେ ଏକ କଳା ପଲସରରେ ଟଙ୍କା ଭର୍ତି ବ୍ୟାଗକୁ ନେଇ ଛୁ ମାରିଥିଲେ । ଏହାକୁ ନେଇ କମଳା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ୩୭/୨୦୨୫ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି ।











