କେନ୍ଦ୍ରାପଡା କଲେଜରେ ମେଗା ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି



କେନ୍ଦ୍ରାପଡା,୬ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ୧୦ତାରିଖ ସୋମବାର କଲେଜ ଯୁବ ରେଡକ୍ରସ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ମହାବିଦ୍ୟାଳୟର ମୁଖଶାଳାରେ ଅବସ୍ଥିତ ଗାନ୍ଧିଭବନରେ ସେହିଦିନ ସକାଳ ୯ଟାରେ ଏହି ରକ୍ତଦାନ ଶିବିର ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ଏନେଇ ଏକ ପ୍ରସ୍ତୁତି ବୈଠକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଭଳି ମହତ ଦାନ ନିମନ୍ତେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ/ଅଧ୍ୟାପିକା, ସ୍ଥାନୀୟ ବାସିନ୍ଦା, ସ୍ୱେଛାସେବୀ ସଂଗଠନ ଓ ବେସରକାରୀ ସଂସ୍ଥା ଗୁଡିକ ଆଗେଇ ଆସିବାକୁ କଲେଜ ପକ୍ଷରୁ ନିବେଦନ କରାଯାଇଛି।


Next Post

ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା

Thu Feb 6 , 2025
କେନ୍ଦ୍ରାପଡ଼ା, ୬ା୨: ଶ୍ରୀମତୀ ଦେବୀ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡେରାବିଶି ବ୍ଲକର ଗରାମପୁର ଗ୍ରାମର ବସନ୍ତ କୁମାର ବଳ ଦୀର୍ଘଦିନ ଧରି କର୍କଟ […]

KANIKA