ମା’ ସ୍ତରକୁ ନଆସିଲେ ଜଣେ ଆଦର୍ଶ ଶିକ୍ଷକ ହୋଇପାରିବ ନାହିଁ : ପ୍ରେରଣା ତାଲିମ୍ କେନ୍ଦ୍ରରେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକଙ୍କ ପରାମର୍ଶ



କେନ୍ଦ୍ରାପଡା,୧୪ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ତାଲିମ ଦେବା ନିମନ୍ତେ ୫୦ଜଣ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ୫ ଦିନ ବ୍ୟାପି ପ୍ରେରଣା ତାଲିମ ପ୍ରଦାନ କରାଯାଇଛି । ଚଳିତ ମାସ ୧୦ ତାରିଖରେ ଆରମ୍ଭ ହୋଇଥିବା ତାଲିମର ଆଜି ଅନ୍ତିମ ଦିବସରେ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ଯୋଗଦାନ କରି କହିଲେ ଶିକ୍ଷକମାନେ ଜଗତଜନନୀଙ୍କୁ ଆରାଧନା କରି ମା’ ସ୍ତରକୁ ଆସିଲେ ଜଣେ ଆଦର୍ଶ ଶିକ୍ଷକ ହୋଇପାରିବ । ଏହି ଅବସରରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ବାରିକ, ପେଡାଗୋଜି କୋଅଡିନେଟର କିରଣତୃଷ୍ଣା ସାହୁ, ଆର୍ôଥକ ପରାମର୍ଶଦାତା ସୂର୍ଯ୍ୟନାରାୟଣ ମିଶ୍ର, ଶିବିର ପରିଚାଳକ ଜୟୀରାମ ସେଠୀ, ଶିବିରାର୍ଥୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ମୋଡୁଲ ଓ ପେନଡ୍ରାଇଭ୍ ଇତ୍ୟାଦି ଉପକରଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ପ୍ରେରଣା ତାଲିମର ପ୍ରଶିକ୍ଷକ ଭାବେ ଅନନ୍ତ କିଶୋର ପରିଡା, ଏମଡି ଅସଗର ଅଲ୍ଲୀ, ଦୀପ୍ତିରଞ୍ଜନ ଜେନା, ପ୍ରମୋଦ କୁମାର ଜେନା ଯୋଗଦାନ କରି ପଞ୍ଚ ଦିବସୀୟ ବ୍ୟାପି ପ୍ରେରଣା ମେଡୁଲରେ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମୁନିସିପାଲଟିରେ ନବନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷା ପଦ୍ଧତି, ଶିକ୍ଷଣ କାର୍ଯ୍ୟ, ଆଦ୍ୟ ଶୈଶବଙ୍କ ବିକାଶ, ଶିକ୍ଷା ଅଧିକାର ଅଧିନିୟମ, ବିଦ୍ୟାଳୟ ଯୋଜନା, ନୂତନ ଶିକ୍ଷାନୀତି ଇତ୍ୟାଦି ସମ୍ପର୍କରେ ତାଲିମ ଦେବା ନିମନ୍ତେ ବିଭିନ୍ନ ତରିକା କୌଶଳ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ, ଅଜୟ କୁମାର ସ୍ୱାଇଁ, ସମୀର କୁମାର ନାୟକ, ଗଙ୍ଗାଧର ଦଳାଇ, ଶଶିଭୂଷଣ ଦାଶ, ଉତ୍କଳ ଭାରତୀ, ଗୀତାଞ୍ଜଳୀ ମହାନ୍ତି, ରଞ୍ଜନା ଦାସ, ଶୁଭମୁଦ୍ରା ପରିଡା, ଶୁଶାନ୍ତ କୁମାର ଦାସ, ଅଶୋକ କୁମାର ମହାରାଜ, ସବ୍ୟସାଚି ଦାସ, ଚିତ୍ତରଞ୍ଜନ ସାହୁ, ହରେକୃଷ୍ଣ କର, ଭୁଲକ ସିଂହ ପ୍ରଭୃତି ଯୋଗଦାନ କରି ତାଲିମ କେନ୍ଦ୍ରକୁ ବିଭିନ୍ନ ଗ୍ରୁପ୍‌ରେ ନେତୃତ୍ୱ ନେଇ ପାଞ୍ଚଦିନିଆ ତାଲିମ ପରିଚାଳନା କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଗୁଲନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ତରାଇ ଧନ୍ୟବାଦ ଜ୍ଞାପନ କରିଥିଲେ ।


Next Post

ଅସାମାଜିକତତ୍ୱଙ୍କ ଚରାଭୂଇଁ ପାଲଟିଛି କେନ୍ଦ୍ରାପଡା ଜିଲ୍ଲା : ସିପିଆଇ(ଏମ୍‌)ର ଦାବି

Fri Feb 14 , 2025
କେନ୍ଦ୍ରାପଡ଼ା,୧୪ା୨: ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ହେଲେ, ଅପରାଧକୁ ରୋକିବା ପାଇଁ ଜିଲ୍ଲା ପୋଲିସ ଯେମିତି ତତ୍ପରତା ଦେଖାଇବା କଥା ସେପରି ଦେଖାଯାଉନାହିଁ । ଫଳରେ ଜିଲ୍ଳାରେ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ଲୋକଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି କରୁଛି। ଏହାର ପ୍ରତିବାଦରେ ଶୁକ୍ରବାର ଭାରତର କମ୍ୟୁନିଷ୍ଟ ପାର୍ଟି […]

KANIKA