ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡି ପରିଦର୍ଶନ କଲେ ବିଡିଓ



କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପ୍ରାଥମିକ ସମବାୟ ସମିତି ଧାନମଣ୍ଡିକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ। ଏଥିସହିତ ବିଡିଓ ଶ୍ରୀ ସ୍ୱାଇଁ ଏହି ଧାନମଣ୍ଡିରେ କୈାଣସି ସମସ୍ୟା ରହିଛି କି ନାହିଁ ସେ ସମ୍ପର୍କରେ ସମିତିର ସମ୍ପାଦକ ନୃସିଂହ ଚରଣ ଦାସ ଓ ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସମିତିର ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଥିଲେ ଯେ ଏହି ସମିତିର ଧାନମଣ୍ଡିରେ ଧାନ ବିକ୍ରୀ କରିବାକୁ ୪୨୩ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୩ଜଣ ଚାଷୀ ୭ହଜାର ୯୭୪.୨୩କ୍ୱିଣ୍ଟାଲ ଧାନ ବିକ୍ରୀ କରି ସାରିଛନ୍ତି। ଏହି ସମିତି ପାଇଁ ସରକାର ୯ହଜାର ୪୮୮କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଧାର୍ଯ୍ୟ କରିଛନ୍ତି। ଆଉ ୨୨୦ଜଣ ପଞ୍ଜିକୃତ ଚାଷୀ ଧାନ ବିକ୍ରୀ କରିବାକୁ ରହିଥିବା ବେଳେ ସମିତି ପାଇଁ ଅନ୍ୟୁନ ୧୦ହଜାର ୫ଶହ କ୍ୱିଣ୍ଟାଲ ଟାର୍ଗେଟର ଆବଶ୍ୟକତା ରହିଛି। କିନ୍ତୁ ସରକାର ପୂର୍ବରୁ ପ୍ରଦାନ କରିଥିବା ଧାର୍ଯ୍ୟ ଟାର୍ଗେଟରୁ ଧାନ କିଣାଯିବା ପରେ ଆଉ ମାତ୍ର ଏକହଜାର ୫୧୩.୭୭କ୍ୱିଣ୍ଟାଲ ଧାନ କିଣିବାକୁ ବାକି ରହିଛି। ଅନ୍ୟମାନଙ୍କ ମଧ୍ୟରେ ସମିତି ସଭାପତି ବିଷ୍ଣୁ ଚରଣ ମହାପାତ୍ର, ବଜାର ନିରୀକ୍ଷକ ସରୋଜିନୀ ଦଳାଇ, ରାଜସ୍ୱ ନିରୀକ୍ଷକ ଜୟଦେବ ପୃଷ୍ଟି, କ୍ୱାଲିଟି ଆନାଲାଇଜର ସର୍ମିଷ୍ଠା ପ୍ରିୟଦର୍ଶିନୀ ନାୟକ, ଚାଷୀ ଅନନ୍ତ ଚରଣ ଲେଙ୍କା ଓ ବଳରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Next Post

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବୈଠକ ; ପାଞ୍ଚ ଦଫା ବାଦି ପୁରଣ ନହେଲେ ଆନ୍ଦୋଳନ ତିବ୍ର କରିବାକୁ ଚେତାବନୀ

Mon Feb 17 , 2025
କେନ୍ଦ୍ରାପଡା,୧୭ା୨: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆନ୍ଦୋଳନରେ କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟଠାରେ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆସନ୍ତା ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦାବି ପୁରଣ ନହେଲେ ଭୂବନେଶ୍ୱର ଗାନ୍ଧୀମାର୍ଗରେ ଅହରାତ୍ର […]

KANIKA