ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବୈଠକ ; ପାଞ୍ଚ ଦଫା ବାଦି ପୁରଣ ନହେଲେ ଆନ୍ଦୋଳନ ତିବ୍ର କରିବାକୁ ଚେତାବନୀ



କେନ୍ଦ୍ରାପଡା,୧୭ା୨: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆନ୍ଦୋଳନରେ କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟଠାରେ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆସନ୍ତା ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦାବି ପୁରଣ ନହେଲେ ଭୂବନେଶ୍ୱର ଗାନ୍ଧୀମାର୍ଗରେ ଅହରାତ୍ର ଧାରଣା ସହ ଆନ୍ଦୋଳନ ତିବ୍ର ହେବ ବୋଲି ବକ୍ତାମାନେ ଚେତାବନୀ ଦେଇଛନ୍ତି । ରାଜ୍ୟ ଓଷ୍ଟା ସମ୍ପାଦକ ଶିକ୍ଷକନେତା ପ୍ରଣବ କୁମାର ଜେନା ବିଭିନ୍ନ ବର୍ଗର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ୫ଦଫା ଦାବି ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ୬୬୨ ବର୍ଗ ମହାବିଦ୍ୟାଳୟର କର୍ମଚାରୀ ସଂଘ ସଭାପତି ସୁରେନ୍ଦ୍ର କୁମାର ପଢିହାରୀ, ଅବସରପ୍ରାପ୍ତ ଶିକ୍ଷକ ସଂଘ ସଭାପତି ରମେଶ ଚନ୍ଦ୍ର ସାହୁ, ମଦ୍ରାସା ସଂଘ ଉପସଭାପତି ଏମ୍‌ଡି ଜାହାଙ୍ଗିର, ଅଣଅନୁଦାନପ୍ରାପ୍ତ ଶିକ୍ଷକ ସଂଘ ନେତା ପଙ୍କଜ କୁମାର ବେହୁରା, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ନେତା ଚିତ୍ତରଞ୍ଜନ କବି, ଜିଲ୍ଲା ଯୁଗ୍ମ ସମ୍ପାଦକ ଟିଟିକାନ୍ତ ନାୟକ, ଯୁଗ୍ମ ସମ୍ପାଦିକା ସରୋଜିନୀ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ବାବାଜୀ ଚରଣ ଦାସ, ଲାଇବ୍ରେରିଆନ୍ ସଞ୍ଜୟ କୁମାର ହୋତା, ବ୍ଲକ ସମ୍ପାଦକ ଗଗନ ବିହାରୀ ସୂତାର, ଦେବରାଜ ନାୟକ, ରଘୁନାଥ ଦାସ, ଅରବିନ୍ଦ ନାୟକ, ଅକ୍ଷୟ କୁମାର ମହାନ୍ତି, ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣୀ ସଦସ୍ୟ ଆଦିକନ୍ଦ ସାହୁ, ଶିବ ପ୍ରସାଦ ବଳ, ସନ୍ତୋଷ କୁମାର ବରାଳ, ସଦସ୍ୟା ମଧୁଛନ୍ଦା ଶର୍ମା, ଅନ୍ନପୂର୍ଣ୍ଣା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ଶିକ୍ଷକ ନେତା ବିପିନ ଚରଣ ବେହୁରା, କାଶିନାଥ ରାଉତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆନ୍ଦୋଳନକୁ ଶାଣିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଯୁଗ୍ମ ସମ୍ପାଦକ ସରୋଜିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବିଗୁଡିକ ହେଲା ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ସମସ୍ତ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ ସହ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା, ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟକୁ ସରକାରୀକରଣ, ନୂତନ ପେନସନ୍ ପରିବର୍ତ୍ତେ ପୁରୁଣା ପେନସନ୍ ପ୍ରଦାନ, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ, ଶିକ୍ଷିକାମାନଙ୍କୁ ପୂର୍ବ ୬ ବର୍ଷକୁ ମୂଳ ଚାକିରୀ ସହ ମିଶାଇ ୬ଟି ନୋସନାଲ ଇକ୍ରିମେଣ୍ଟ ପ୍ରଦାନ


Next Post

କଖାରୁଣୀରେ ମିଳିତ ଜନଶୁଣାଣୀ ଶିବିର , ୭୪ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

Mon Feb 17 , 2025
ପଟ୍ଟାମୁଣ୍ଡାଇ ତା୧୭/୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି, ଏସ ପି ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଅରୁଣ ନାୟକ,ସହକାରୀ ଜିଲ୍ଲାପାଳ ପଲ୍ଲବୀ ପ୍ରିୟଦର୍ଶନୀ,ବିଡ଼ିଓ ଶୁଭ୍ରାଂଶୁ ସାହୁ,ତହସିଲଦାର ପଞ୍ଚାନନ ନାୟକ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ।  ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା […]

KANIKA