ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା,୧୭ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ ନିମନ୍ତେ କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ଆଭିମୁଖ୍ୟ ଜ୍ଞାପନ କରିଥିଲେ। ଏଥିସହିତ ବାର୍ଷିକ ଉତ୍ସବରେ ପ୍ରତିଭା ସମ୍ମାନ ପ୍ରଦାନ ଓ ବାର୍ଷିକ ମୁଖପତ୍ର “ସାୟଂପ୍ରଭା”ର ଉନ୍ମୋଚନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସଂଗଠନର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା, ମାର୍ଗଦର୍ଶକ ତଥା ମୁଖ୍ୟ ଉପଦେଷ୍ଟା ମନ୍ମଥ କୁମାର ରାୟ ସଂଗଠନ ପ୍ରତିଷ୍ଠାର ମୁଖ୍ୟ ଉଦେଶ୍ୟ ଓ କାର୍ଯ୍ୟଧାରା ଉପରେ ବିଷଦ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ହେମନ୍ତ କୁମାର ଜେନା, ଅକ୍ଷୟ କୁମାର ସ୍ୱାଇଁ, କୁଞ୍ଜବିହାରୀ ସାହୁ, ସୋମନାଥ ପଢିହାରୀ, ବଳଭଦ୍ର ନାୟକ, ନରହରି ପାତ୍ର, ବାଉରୀବନ୍ଧୁ ମୁଦୁଲି, ଆବାହକ ସନାତନ ତରାଇ, ପତ୍ରିକା ଓ ମିଡିଆ ସଂଯୋଜକ କାଶୀନାଥ ରାଉତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ମାର୍ଚ୍ଚ ୨୩ତାରିଖରେ ବାର୍ଷିକ ଉତ୍ସବ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ଅନ୍ୟ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଡାକିବାକୁ ସମ୍ପାଦକଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଥିଲା। ଶେଷରେ ଶ୍ରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ପୋଖରୀଆପଡା ସ୍କୁଲରେ ନିପୁଣ ମେଳା

Tue Feb 18 , 2025
ପଟ୍ଟାମୁଣ୍ଡାଇ ତା୧୮/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆ ପଡା କ୍ଲଷ୍ଟର ପକ୍ଷରୁ ପୋଖରୀଆ ପଡା ନୋଡାଲ ସ୍କୁଲ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର କିଭଳି ନିଜ ଭାଷା ଏବଂ ସଂଖ୍ୟାକୁ ପ୍ରାଞ୍ଜଳ ଭାବେ ବୁଝିପାରିବେ, ଲେଖି ପାରିବେ ଏବଂ କହିପାରିବେ ତାହା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।୨୦୨୬-୨୭ ଶିକ୍ଷାବର୍ଷଠାରୁ କିଭଳି ଛାତ୍ରୀଛାତ୍ର ତୃତୀୟ […]

KANIKA