
କେନ୍ଦ୍ରାପଡ଼ା,୨୧ା୨: ସାଇ ଗ୍ରୁପ ଅଫ ଇନ୍ଷ୍ଟିଚ୍ୟୁସନ୍ ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରୁପ୍ର ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଅଧ୍ୟକ୍ଷତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ଫୁଲଗଛର ଚାରା ରୋପଣ କରାଯାଇଥିଲା। ଏଥିସହିତ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବା ସହିତ ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷର ଚାରା ରୋପଣ କରିବାକୁ ଆହ୍ୱାନ ଦିଆଯାଇଥିଲା। ସାଇ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ ଅଧିନରେ ସାଇ କଲେଜ ଅଫ୍ ନର୍ସିଂ, ସାଇ କଲେଜ ଅଫ୍ ଫିଜିଓଥେରାପି ଯାଜପୁର ଜିଲ୍ଲାର ଯାଜପୁର ରୋଡ୍ରେ ୨୦୨୨ମସିହା ଠାରୁ ଚାଲୁଅଛି। ଏହି ଶିକ୍ଷାନୁଷ୍ଠାନରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ତିନିଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଛାତ୍ରାବାସରେ ରହି ଅଧ୍ୟୟନ କରୁଛନ୍ତି। ଏହାବ୍ୟତିତ ସାଇ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ଅଧିନରେ ବିଏସସି ନର୍ସିଂ, ଜିଏନଏମ, ଫିଜିଓଥେରାପି, ଡିଏମଏଲଟି, ଡିଏମଆରଟି ଓ ଡି ଫାର୍ମ ଭଳି ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କୋର୍ସରେ ଚଳିତ ୨୦୨୫ମସିହା ପାଇଁ ଛାତ୍ରଛାତ୍ରୀଙ୍କ ଆଡମିସନ ଚାଲିଛି। ଏହି କାର୍ଯ୍ୟକ୍ରମରେ ଗ୍ରୁପର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ନାୟକ, ଅନୁଷ୍ଠାନର ପ୍ରଦୀପ କୁମାର ନାୟକ, ଆଶୁତୋଷ ଦାସ, ପର୍ଶୁରାମ ଲେଙ୍କା, ଦିଲ୍ଲିପ କୁମାର ଜେନା, ଦୋଳଗୋବିନ୍ଦ ସେଠୀ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ରୋଜାଲିନ ଜଟ ଓ ଅନ୍ନପୂର୍ଣ୍ଣା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।











