ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ ଓଡିଆ ଅସ୍ମିତାର ପ୍ରଚଣ୍ଡ ପ୍ରବକ୍ତା ବିଜୁ ବାବୁ – ଗଣେଶ୍ୱର ବେହେରା



କେନ୍ଦ୍ରାପଡା,୫ା୨: ଆନ୍ତର୍ଜାତୀୟ ସମ୍ମାନସ୍ପଦ ନେତୃତ୍ୱ, ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ନଗର ଓ ବ୍ଲକ ବିଜୁ ଜନତା ଦଳ ଆନୁକୂଲ୍ୟରେ କେନ୍ଦ୍ରାପଡା ଟାଉନହଲ୍‌ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳେ ସହର ନୂଆ ବସ୍‌ଷ୍ଟାଣ୍ଡ୍ ଓ ପୁରୁଣା ଚିକିତ୍ସାଳୟ ଛକ ବିଜୁବାବୁ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲା ବିଜୁ ଜନତା ଦଳ ସଭାପତି ଧିରେନ କୁମାର ସାହୁଙ୍କ ସଭାପତିତ୍ୱରେ ପୂର୍ବାହ୍ନରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ ବିଜୁବାବୁ ଓଡିଆ ଅସ୍ମିତାର ପ୍ରଚଣ୍ଡ ପ୍ରବକ୍ତା ଥିଲେ । ସେ ଭାରତର ପ୍ରଥମ ରାଜ୍ୟ ଓଡିଶାରେ ମହିଳାମାନଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ଏଥିସହିତ ଗାଁକୁ କାମ ମା’କୁ ସମ୍ମାନ ପ୍ରତି ଗୁରୁତ୍ୱ ଦେଇ ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ । ବିଜେପି ସରକାର ଆଜିର ଦିନକୁ ପଞ୍ଚାୟତିରାଜ ଦିବସ ପାଳନ ଓ ସରକାରୀ ଛୁଟିକୁ ବାତିଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଷୋଭର ସହିତ ବିଧାୟକ ଶ୍ରୀ ବେହେରା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡା ନଗରପାଳ ସରିତା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ପୂର୍ବତନ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶୀଷ ମହାନ୍ତି, ଶିବପ୍ରସାଦ ଭଳ, କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ମହିଳା ବିଜେଡି ସଭାପତି ରୋସନା ସାହୁ, ବ୍ଲକ ମହିଳା ସଭାପତି ସୁମିତ୍ରା ପାଢୀ, ପୂର୍ବତନ ପୌର ସଦସ୍ୟ ହିରଣ୍ୟ କୁମାର ପଣ୍ଡା,ପୌରସଭ୍ୟ କାଳୀପ୍ରସାଦ ମିଶ୍ର, ପୌରସଦସ୍ୟ ଉମେଶ ଚନ୍ଦ୍ର ନାୟକ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, କେନ୍ଦ୍ରାପଡା ବ୍ଲକ ସଭାପତି ଆଲୋକ ସାହୁ, ପୂର୍ବତନ ପୌରସଭ୍ୟ ପ୍ରଶାନ୍ତ କୁମାର ସିଂହ, ରାଜେଶ ମହାନ୍ତି, ବରିଷ୍ଠ କାର୍ଯ୍ୟକର୍ତ୍ତା ନାରାୟଣ ପରିଡା, କେନ୍ଦ୍ରାପଡା ପୌର ଉପାଧ୍ୟକ୍ଷା ଆକବରୀ ଖାତୁନ, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ଜେନା, ପୂର୍ବତନ ପୌର ସଦସ୍ୟ ମୁକ୍ତାର ଖାନ୍‌, ସଂଖ୍ୟାଲଘୁ ସେଲ୍ ସଭାପତି ସେକ୍ ଚନ୍ଦନ, କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ସରପଞ୍ଚ ପ୍ରଭାତ କୁାର ଉଡାଣସିଂ, ଓସ୍ତପୁର ପଞ୍ଚାୟତ ସରପଞ୍ଚ ପ୍ରସନ୍ନ ରାଉତ, ରତିକାନ୍ତ ସାମଲ, ଧୋୟାଞ୍ଚଳ ନେତା ଶଶାଙ୍କ ବିଶ୍ୱାଳ, ଘାଗରା ପଞ୍ଚାୟତ ସଭାପତି ସରପଞ୍ଚ ପ୍ରତିନିଧି ଅଜିତ ପରିଡା, ଯୁବନେତା ଦେବାଶୀଷ କୁବେର, ଯୁବନେତା ତଥା କପାଳେଶ୍ୱର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଲୋହିତ କୁମାର ମହାନ୍ତି, ବରିଷ୍ଠ କାର୍ଯ୍ୟକର୍ତ୍ତା ସୟଦ୍ ଅକମଲ ଅଲ୍ଲୀ, ନାରାୟଣ ସାହୁ, କୁଳମଣୀ ମଲ୍ଲିକ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ଅଶ୍ୱିନୀ ପାତ୍ର, କେନ୍ଦ୍ରାପଡା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଅଜୟ ମହାନ୍ତି, ଧୋୟାଞ୍ଚଳ ଯୁବନେତା ନିରଞ୍ଜନ ବାରିକ ଯୋଗଦେଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଜେଡି ନେତା ରଞ୍ଜିତ ସାହୁ, ଚୌଧୁରୀ ସୁକୁମାର ଦାସ, ହିବଜୁର ରହେମାନ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନଗର ସଭାପତି ଯଯାତି କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading